ପୁରୁଣା କୁଲର ଆଉ ଦେଉନି ଥଣ୍ଡା ପବନ, ତେବେ ୫୦୦ ଟଙ୍କାରେ ଏପରି କରନ୍ତୁ ଚକାଚକ୍‌

ବର୍ଷ ବର୍ଷ ଧରି ଲୋକମାନେ ଗରମ ଦିନ ଆସିଲେ କୁଲର ବ୍ୟବହାର କରିଆସୁଛନ୍ତି। ଯଦି ଆପଣଙ୍କ ଘରେ ମଧ୍ୟ ଏମିତି କୁଲର ରହିଛି ଯାହା ପୂର୍ବରୁ ଆପଣଙ୍କ କୁଲରକୁ ଥଣ୍ଡା ରଖୁଥିଲା କିନ୍ତୁ ଏବେ କେବଳ ଗୋଟେ କୋଣରେ ପଡିକି ରହିଛି, ତାହେଲେ ଆଜି ଆପଣଙ୍କୁ ଜଣାଇବୁ କିଛି ଏମିତି ଟିପ୍ସ। ଯାହାକୁ ଆପଣେଇ ଆପଣ ନିଜ ପୁରୁଣା ଥଣ୍ଡା ହେଉନଥିବା କୁଲରକୁ ମାତ୍ର ୫୦୦ ଟଙ୍କାରେ ଚକାଚକ୍‌ କରିପାରିବେ।

ଯଦି ଆପଣ ଚାହୁଁଛନ୍ତି କୁଲର ଭଲଭାବେ କାମ କୁ ତାହେଲେ ସେଥିରେ ଗୋଟେ ଓ୍ଵାଟର ପମ୍ପ ଲଗାଯାଏ ଏବଂ ଏହା କୁଲର ଭଲଭାବେ କାମ କରିବା ପାଇଁ ବହୁତ ଜରୁରୀ ହୋଇଥାଏ। ଓ୍ଵାଟର ପମ୍ପ୍‌ ଟାଙ୍କିରୁ ଉଠାଇ ଉପରକୁ ଆଣିଥାଏ। ତାପରେ କୁଲରରେ ଲାଗିଥିବା ଘାସ ପାଖରେ ପହଁଚାଇଥାଏ। ଯାହାଦ୍ୱାରା ଘାସ ଥଣ୍ଡା ହୋଇଥାଏ ଆଉ କୁଲରକୁ ଥଣ୍ଡା ପବନ ଛାଡିଥାଏ।

ଯଦି ଆପଣ ନିଜର ପୁରୁଣା କୁଲରକୁ ବ୍ରାଣ୍ଡ ନ୍ର କରିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆପଣଙ୍କୁ ଏକ ଭଲ ଓ୍ଵାଟର ପମ୍ପ୍‌ କିଣିବାକୁ ହେବ। ଏଥିପାଇଁ ଆପଣ ମାର୍କେଟରୁ ୧୦୦- ୨୦୦ ଟଙ୍କାରେ ଏକ ବହୁତ ଭଲ ଓ୍ଵାଟର ପମ୍ପ କିଣିପାରିବେ। ଏହାଛଡା ଯଦି ଆପଣ ଏହାକୁ ନିଜେ ନିଜେ କୁଲରରେ ଫିଟ୍‌ କରିଦିଅନ୍ତି ତାହେଲେ ଆପଣଙ୍କର ଇନଷ୍ଟଲେସନ୍‌ ଖର୍ଚ୍ଚ ମଧ୍ୟ ବଞ୍ଚଯିବ।

କୁଲର ଥଣ୍ଡା ପବନ ସେତେବେଳେ ପର୍ଯ୍ୟନ୍ତ ଛାଡିଥାଏ ଯେତେବେଳେ କୁଲରର ପ୍ୟାନେଲରେ ଖସ୍‌ ଖସ ଘାସ ରହିଥାଏ। ଖସ୍‌ ଖସ୍‌ ଘାସକୁ ରୁମକୁ ଥଣ୍ଡା କରିବା ପାଇଁ ବ୍ୟବହାର କରାଯାଏ। ଖାସ୍‌ କରି ଏଥିପାଇଁ କୁଲରର ପ୍ୟାନେଲରେ ମଧ୍ୟ ଏହି ଘାସର ବ୍ୟବହାର କରାଯାଏ। ଯଦି ଆପଣ ଖସ୍‌ ଖସ୍‌ ଘାସ କିଣିବାକୁ ମାର୍କେଟ ଯାଉଛନ୍ତି ତାହେଲେ ଆପଣ ୩୦୦ ଟଙ୍କାରେ ପ୍ରାୟ ତିନିଟି ପ୍ୟାନେଲ ପାଇଁ ଘାସ କିଣି ଆଣିପାରିବେ। ଯାହାକୁ ଓଦା କରି ଲଗାଇବା ଦ୍ୱାରା କୁଲର ଭଲ ଥଣ୍ଡା ପବନ ଛାଡିଥାଏ ଏବଂ ଆପଣଙ୍କ ରୁମକୁ ଫଟାଫଟ୍‌ ଥଣ୍ଡା କରିଦେଇଥାଏ।

ଏହି ଦୁଇ ସହଜ ଟିପ୍ସକୁ ଫଲୋ କରି ଆପଣ ନିଜ ପୁରୁଣା କୁଲରକୁ ବହୁତ ଶସ୍ତା ଦାମରେ ଏକଦମ୍‌ ନୂଆ ଭଳି ଚକାଚକ୍‌ କରିପାରିବେ। ଏବଂ ଏହିପରି ଭାବେ ଗରମ ଦିନରେ ମଧ୍ୟ ଆପଣଙ୍କ ରୁମକୁ ଥଣ୍ଡା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.