Below header

ଆପଣଙ୍କ ଫୋନ୍ ବାରମ୍ବାର ହ୍ୟାଙ୍ଗ ହେଉଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ଆଜିର ଆଧୁନିକ ଯୁଗରେ ସମସ୍ତଙ୍କ ହାତରେ ଅଛି ସ୍ମାର୍ଟଫୋନ୍। ବର୍ତ୍ତମାନ ବ୍ୟାଙ୍କ ଠାରୁ ଆରମ୍ଭ କରି ଅନ୍ଲାଇନ୍ରୁ ସପିଙ୍ଗ କରିବା ପର୍ଯ୍ୟନ୍ତ ଅନେକ କାମରେ ସାହାଯ୍ୟ କରୁଛି ସ୍ମାର୍ଟଫୋନ। ଖାସକରି ସବୁ କାମକୁ ସହଜ କରେ ଏହି ସ୍ମାର୍ଟଫୋନ, କେବଳ ଗୋଟେ ସେକେଣ୍ଡରେ।

ହେଲେ ସବୁ କାମ ସହଜ କରାଉଥିବା ଏହି ସ୍ମାର୍ଟଫୋନ୍ ବେଳେ ବେଳେ ଏମିତି ହ୍ୟାଙ୍ଗ ହୁଏ ଯାହା ପାଇଁ ଅନେକ କାମ ରହିଯାଏ। ପୁଣି ଏମିତି ବାରମ୍ବାର ସ୍ମାର୍ଟଫୋନ ହ୍ୟାଙ୍ଗ ହେବା ଦ୍ବାରା ମଧ୍ୟ ଆମକୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଏମିତିକି ଫୋନ୍ ଖୋଲେ ନାହିଁ, ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଭଲ ଟ୍ରିକ୍ ବିଷୟରେ କହିବୁ ଆପଣକୁ ଏହି ଫୋନର ଅସୁବିଧାକୁ ନେଇ ଆଉ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ।

ତେବେ ଆସନ୍ତୁ ଜାଣିବା ଏହି ସହଜ କୌଶଳ ବିଷୟରେ। ଯାହା କରିବା ପରେ ଆପଣଙ୍କ ଫୋନ ସ୍ପିଡ୍ ଚାଲିବ। ନିଜ ସ୍ମାର୍ଟଫୋନକୁ ସ୍ପିଡରେ ଚଳାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ଡିପ୍ କ୍ଲିନିଂ ଉପାୟକୁ ଫଲୋ କରିବାକୁ ପଡ଼ିବ। ଆପଣ ଏହା ଜାଣିଥିବେ ଯେ ସ୍ମାର୍ଟଫୋନ ହ୍ୟାଙ୍ଗ ହେବାର ପ୍ରଥମ କାରଣ ହେଉଛି ଫୋନରେ ଷ୍ଟୋରେଜ୍ ଫୁଲ୍ ହୋଇଯିବା।

ଏପରି ପରିସ୍ଥିତିରେ, ଯଦି ଆପଣ ଆପଣଙ୍କର ସ୍ମାର୍ଟଫୋନକୁ ଡିପ୍ କ୍ଲିନ କରିବେ ତେବେ ଆପଣଙ୍କର ଫୋନ୍ ଶୀଘ୍ର ଖରାପ ହେବନି ଓ ଭଲ କାମ କରିବ। ଆପଣ ନିଜ ଫୋନରେ ଅବ୍ୟବହୃତ ଫାଇଲଗୁଡ଼ିକୁ ଡିଲେଟ୍ କରିବା ଦ୍ବାରା ଓ ଅବ୍ୟବହୃତ ଆପ୍ଲିକେସନକୁ ଡିଲେଟ୍ କରିବା ଦ୍ବାରା ଅଧିକରୁ ଅଧିକରୁ ଫୋନ ସ୍ପେସ ଖାଲି ହୋଇଯାଏ। ଯାହା ଦ୍ଵାରା ଫୋନ ଭଲ କାମ କରେ। ଏମିତିକି ଏହାର ପ୍ରୋସେସର୍ ମଧ୍ୟ ଭଲ କାମ କରିଥାଏ।

ତେବେ ଖାସ କରି କିଛି ଫାଇଲ ରହିଛି ଯାହାକୁ ଆପଣ ଡିଲିଟ୍ କରିବା ନିହାତି ଦରକାର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ସ୍ମାର୍ଟଫୋନ୍ ରୁ ନକଲ ଫାଇଲଗୁଡ଼ିକୁ ଡିଲିଟ୍ କରନ୍ତୁ । ଏଗୁଡ଼ିକ ହେଉଛି ନକଲି ଫଟୋ ଫାଇଲ, ଭିଡିଓ ଏବଂ ଡକ୍ୟୁମେଣ୍ଟ ଯାହା ଆପଣ ନିଜ ସ୍ମାର୍ଟଫୋନରେ ଏକାଧିକ ଥର ଡାଉନଲୋଡ୍ କରିଥାଆନ୍ତି। ଯଦି ଆପଣ ଏହି ନକଲ ଫାଇଲଗୁଡ଼ିକୁ ଡିଲିଟ୍ କରିବେ ତେବେ ଆପଣଙ୍କର ସ୍ମାର୍ଟଫୋନ୍ ବାରମ୍ବାର ହ୍ୟାଙ୍ଗ୍ ହେବ ନାହିଁ ।

ଏହା ସହିତ ଆପଣ ନିଜ ଫୋନରୁ କ୍ୟାଚ୍ ଫାଇଲ ମଧ୍ୟ ସଫା କରନ୍ତୁ। ଆମ ସ୍ମାର୍ଟଫୋନରେ କିଛି ଫାଇଲ୍ ଓ ଇନଫର୍ମେସନ୍ ରହିଥାଏ, ଯାହାକୁ କ୍ୟାଚ୍ ଫାଇଲ୍ କୁହାଯାଏ। ଏହି ଫାଇଲଗୁଡ଼ିକ ସାଧାରଣତଃ ଅଧିକ ଦରକାର ହୁଏ ନାହିଁ ଏବଂ ଯଦି ଆପଣ ଆପଣଙ୍କର ସ୍ମାର୍ଟଫୋନର ମେମୋରୀ ଖାଲି କରିବାକୁ କିମ୍ବା ଫୋନ୍ ହ୍ଯାଙ୍ଗ ହେବା ଭଳି ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କର ସ୍ମାର୍ଟଫୋନରୁ ସର୍ବପ୍ରଥମେ କ୍ୟାଚ୍ ଡିଲିଟ୍ କରିବା ଉଚିତ। ଜାହାପାଇଁ ଆପଣ ଆପ୍ କ୍ଲିନର୍ ମଧ୍ୟ ବ୍ୟବହାର ବ୍ୟବହାର କରିପାରିବେ।

ଯଦି ଆପଣ ଏହି ସହଜ ଟିପ୍ସ ଅନୁସରଣ କରନ୍ତି, ତେବେ ଆପଣଙ୍କର ସ୍ମାର୍ଟଫୋନ୍ ବାରମ୍ବାର ହ୍ଯାଙ୍ଗ ହେବ ନାହିଁ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଫୋନ କାମ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.