ଦିଲ୍ଲୀ ନଗର ନିଗମ (MCD) ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ସ୍ୱରୂପ ନଗର ପ୍ରାର୍ଥୀ ଯୋଗିନ୍ଦ୍ର ସିଂ ଓରଫ୍ ବଣ୍ଟିଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ତାଙ୍କ ନାମରେ ଆର୍ମସ୍ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି। ବାସ୍ତବରେ, ଯୋଗିନ୍ଦ୍ର ସିଂଙ୍କର ଏକ ଭିଡିଓ ନଭେମ୍ବର ୨୯ରେ ଭାଇରାଲ ହୋଇଥିଲା, ଯେଉଁଥିରେ ଆପ୍ ପ୍ରାର୍ଥୀ ନିଶାରେ ଚୁର୍ ହୋଇ ଡ୍ୟାନ୍ସ କରୁଥିଲେ ଏବଂ ନିଜ ପ୍ୟାଣ୍ଟ ପକେଟରୁ ବନ୍ଧୁକ ବାହାର କରି କ୍ୟାମେରା ସାମ୍ନାରେ ହଲାଉଥିଲେ।
ଭିଡିଓ ଲୋକଲୋଚନକୁ ଆସିବା ପରେ ସ୍ୱରୂପ ନଗର ଥାନାରେ ବଣ୍ଟିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଏହି ଭିଡିଓ ଭାଇରାଲ ହେବା ପରେ ଆମ୍ ଆଦମୀ ପାର୍ଟି ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
ଯୋଗିନ୍ଦ୍ର ସିଂ ଆମ୍ ଆଦମୀ ପାର୍ଟି ଟିକେଟରେ ସ୍ୱରୂପ ନଗରର ୱାର୍ଡ ନମ୍ବର ୧୯ରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୋଲିସ ବର୍ତ୍ତମାନ ତଦନ୍ତ କରିବ କି, ଭିଡିଓଟି କେବେକାର।
ସେପଟେ ଏହି ମାମଲାରେ ଦିଲ୍ଲୀ ପୋଲିସ ଏକ ଟ୍ଵିଟ୍ କରିଛି, ଯେଉଁଥିରେ ଲେଖା ହୋଇଛି, ‘ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଯେଉଁ ବ୍ୟକ୍ତି ନାଚୁଛନ୍ତି ଏବଂ ବନ୍ଧୁକ ହଲାଉଛନ୍ତି, ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି। ଅଭିଯୁକ୍ତ MCD ନିର୍ବାଚନରେ ଏକ ରାଜନୈତିକ ଦଳର ପ୍ରାର୍ଥୀ। ଉପଯୁକ୍ତ ଧାରା ଅନୁସାରେ ତାଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି’।
ସୂଚନାଥାଉ କି, ୨୫୦ ୱାର୍ଡ ପାଇଁ ଦିଲ୍ଲୀ ନଗର ନିଗମର ନିର୍ବାଚନ ୪ ଡିସେମ୍ବରରେ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଜୋର୍ଦାର ଟକ୍କର ହେବ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…