ମେକଅପ୍ ନେଲା ଜୀବନ, ଆଖିରେ କଳା ଅଧିକ ସମୟ ନରହିବାରୁ ଆତ୍ମହତ୍ୟା କଲେ ମହିଳା

ମେକଅପ୍ ନେଲା ଜୀବନ । ଚେହେରାରେ ମେକଅପ୍ ଅଧିକ ସମୟ ନରହିବାରୁ ଆତ୍ମହତ୍ୟା କଲେ ମହିଳା । ଘଟଣାଟି ହେଉଛି ମହରାଷ୍ଟ୍ରର ନାସିକ୍ ଅଞ୍ଚଳର । ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଉଛନ୍ତି ୨୭ ବର୍ଷୀୟା ଭାସ୍କର ଖରଚାନ୍ । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ଛାଡିଯାଇଛନ୍ତି ଭାସ୍କର । ଯେଉଁଥିରେ ସେ ସ୍ପଷ୍ଟ ଭାବରେ ଆତ୍ମହତ୍ୟାର କାରଣ ଲେଖିଛନ୍ତି ।

ଆଖିକୁ କଷ୍ଟ ହେଉଛି, ଆଉ ବାରମ୍ବାର ପାଣି ମଧ୍ୟ ବାହାରୁଛି । ଯାହା ଫଳରେ ଚେହେରାରେ ମେକଅପ୍ ଅଧିକ ସମୟ ରହୁନି । ଆଖିରୁ ପାଣି ବାହାରିବା କାହାଣରୁ କାଜଲ୍ ମଧ୍ୟ ବେଶୀ ସମୟ ରହୁନି । ଯାହା ଫଳରେ ମୁଁ ସୁନ୍ଦର ଦେଖାଯାଉନାହିଁ । ଏହି ସବୁ କଥା ସୁଇସାଇଡ୍ ନୋଟରେ ଲେଖି ବିବାହିତା ଭାସ୍କର ନିଜ ଜୀବନ ହାରିଛନ୍ତି ।

ଏହା ସହ ଆହୁରି ଲେଖିଛନ୍ତି, ମୁଁ ପୂର୍ବରୁ ବହୁତ ସୁନ୍ଦର ଥିଲି । କିନ୍ତୁ ଏବେ ଧୀରେ ଧୀରେ ମୋ ସୌନ୍ଦର୍ଯ୍ୟ କମିଗଲାଣି । ମେକଅପ୍ ଚେହେରାରେ ନରହିବାରୁ ମୁଁ ଅଧିକ ଅସୁନ୍ଦର ଦେଖାଯାଉଛି । ଯାହା ଫଳରେ ମୋତେ ନିଜ ଉପରେ ଲାଜ ଲାଗୁଛି । ଏସବୁ ଲେଖି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ଭାସ୍କର।

KNews Bureau

Recent Posts

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

6 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

13 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

25 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

29 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

31 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago