ଦେଶ ବିଦେଶ

ମାତ୍ର ୧୫୦୦ ଟଙ୍କା ପାଇଁ ଉଲଗ୍ନ କରି ପିଟିଲେ, ପରେ ମହିଳାଙ୍କୁ ପିଆଇଲେ ପରିସ୍ରା

ମାତ୍ର ୧୫୦୦ଟଙ୍କା ପାଇଁ ଦଳିତ ମହିଳାଙ୍କ ସହ ବର୍ବରତା । ଧାର ଟଙ୍କା ଫେରାଇ ନପାରିବାରୁ ମହିଳାଙ୍କୁ ନିର୍ବସ୍ତ୍ର କରି ପିଟିଲେ । ଏତିକି କରି ମନ ନଭରିବାରୁ ମହିଳାଙ୍କୁ ନିଜ ପରିସ୍ରା ପିଆଇଲେ । କାନ୍ଦି କାନ୍ଦି ଚିତ୍କାର କରୁଥିଲେ ମହିଳା କିନ୍ତୁ ଶୁଣିବାକୁ କେହି ନଥିଲେ । ଅଭିଯୁକ୍ତଙ୍କ କବଳରୁ ବାହାରି ପାରୁ ନଥିଲେ ମହିଳା । ସେ ଏକାକୀ କଣ ବା କରି ପାରିଥାନ୍ତେ । ତେବେ ଏଭଳି ଅମାନୁଷିକ ଘଟଣା ବିହାର ରାଜଧାନୀ ପାଟନାରେ ଘଟିଛି । ଏଭଳି ଅମାନବୀୟ କାଣ୍ଡ ଘଟାଇବାକୁ ପଛାଇଲେନି କିଛି ଦୁବୃର୍ତ୍ତ । ଧାର ଓ ସୁଧ ଟଙ୍କା ସୁଝେଇ ନପାରିବାରୁ ଦଳିତ ମହିଳାଙ୍କୁ ନିର୍ବସ୍ତ୍ର କରି ପିଟିଲେ । ଏହି ମାରପିଟରେ ଫାଟିଗଲା ମହିଳାଙ୍କ ମୁଣ୍ଡ ।

ସୂଚନା ଅନୁସାରେ ପାଟନା ସହରର ଖୁସରୁପୁର ଥାନା ଅଧିନସ୍ଥ ଗାଁରେ ଏକ ଆଦିବାସୀ ଗୋଷ୍ଠି ରହୁଛନ୍ତି । ଏଠାରେ ରହୁଥିବା ଉକ୍ତ ମହିଳା କିଛି ଦିନ ପୂର୍ବରୁ ଗାେଁର ରହୁଥିବା ପ୍ରମୋଦ ସିଂ ନାମକ ବ୍ୟକ୍ତି ଠାରୁ ୧୫୦୦ ଟଙ୍କା ଧାର ନେଇଥିଲେ । ପିଡ଼ିତା ମହିଳାଙ୍କ ଅନୁସାରେ ସେ ପୂର୍ବରୁ ହିଁ ପ୍ରମୋଦଙ୍କୁ ୧୫୦୦ ଟଙ୍କା ସହିତ ସୁଧ ଟଙ୍କା ବି ଫେରାଇଥିଲେ । କିନ୍ତୁ ପ୍ରମୋଦ ବାରମ୍ବାର ୧୫୦୦ ଟଙ୍କା ପାଇଁ ମହିଳାଙ୍କ ପାଖକୁ ଆସୁଥିଲା ।

ତେବେ ଶନିବାର ସକାଳେ ପ୍ରମୋଦ ମହିଳାଙ୍କୁ ମାରପିଟ କରିବା ସହ ନିର୍ବସ୍ତ୍ର କରି ଗାଁରେ ବୁଲାଇବାର ଧମକ ମଧ୍ୟ ଦେଇଥିଲା । ମହିଳା ଏବଂ ତାଙ୍କ ପରିବାର ଲୋକ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ସେହି ଦିନ ରାତି ପ୍ରାୟ ୧୦ଟା ସମୟରେ ମହିଳା ଘରୁ ବାହାରିବା ସମୟରେ ହିଁ ପ୍ରମୋଦ ନିଜ ପୁଅ ଅଂଶୁ ଏବଂ ଅନ୍ୟ ୪ ଜଣଙ୍କ ସହ ମହିଳାଙ୍କୁ ଧରିଥିଲା । ପ୍ରମୋଦ ମହିଳାଙ୍କୁ କହିଥିଲା ତୋ ସ୍ୱାମୀ ମୋ ପାଖରେ ଅଛି । ଯଦି ତୁ ଆମ ସହ ନ ଯିବୁ ତୋ ସ୍ୱାମୀକୁ ଆମେ ମାରିଦେବୁ । ମହିଳା ଏଭଳି କଥାରେ ଡରି ଯାଇଥିଲେ ଏବଂ ନିଜ ସ୍ୱାମୀକୁ ବଞ୍ଚାଇବା ପାଇଁ ସେ ଅଭିଯୁକ୍ତମାନଙ୍କ ସହ ଚାଲି ଯାଇଥିଲେ ।

ପ୍ରମୋଦ ନିଜ ଘରକୁ ମହିଳାଙ୍କୁ ନେଇ ଆସିଥିଲେ । ଆଉ ତାପରେ କରିଥିଲେ ଅମାନବୀୟ ଘଟଣା । ସେଠାରେ ତାଙ୍କୁ ଉଲଗ୍ନ କରି ବାଡ଼ିରେ ପିଟିବାରେ ଲାଗିଥିଲେ ଅଭିଯୁକ୍ତ । କେବଳ ଏତିକିରେ ମନ ବୁଝି ନଥିଲା ଏମାନଙ୍କର । ପ୍ରମୋଦ କହିବା ପରେ ତା ପୁଅ ଅଂଶୁ ମହିଳାଙ୍କ ମୁହଁରେ ପରିସ୍ରା କରିଥିଲା । ପରିସ୍ରାକୁ ମହିଳାଙ୍କୁ ପିଆଇଥିଲା ଅଂଶୁ । ମାରପିଟରେ ମହିଳାଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । କୌଣସି ପ୍ରକାରେ ମହିଳା ସେଠାରୁ ଖସି ପଳାଇ ଆସିବାକୁ ସମର୍ଥ ହୋଇଥିଲେ । ବିନା ଲୁଗାରେ ଉଲଗ୍ନ ହୋଇ ମହିଳା ନିଜ ଘରେ ପହଞ୍ଚିଥିଲେ ।

ମହିଳାଙ୍କ ଅଭିଯୋଗ କ୍ରମେ ଖୁସରୁପୁର ପୋଲିସ ପ୍ରମୋଦ ଏବଂ ତା ପୁଅ ସହ ଅନ୍ୟ ବ୍ୟକ୍ତିଙ୍କ ଉପରେ ଏସସି-ଏସଟି ଆକ୍ଟ ମାମଲା ରୁଜ୍ଜୁ କରିଛି । ଘଟଣାର ଅଧିକ ତଦନ୍ତ ଚାଲିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କେହି ବି ଗିରଫ ହୋଇ ନଥିବା ସୂଚନା ମିଳିଛି ।

Subhalaxmi Das

Recent Posts

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

3 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

16 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

19 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

42 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

55 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୭ବର୍ଷ । ଏହି ୭୭ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

57 mins ago