ଦେଶ ବିଦେଶ

ରାସ୍ତାରେ ଚାଲି ଚାଲି ନିଜ ରାଜ୍ୟକୁ ଫେରି ପାରିବେନି ଶ୍ରମିକ, ଆଡଭାଇଜରି ଜାରି କଲେ କେନ୍ଦ୍ର ଗୃହ ସଚିବ

ନୂଆଦିଲ୍ଲୀ: ରେଳ ଟ୍ରାକ୍‌ରେ କିମ୍ବା ରାସ୍ତାରେ ଚାଲି ଚାଲି ନିଜ ରାଜ୍ୟକୁ ଫେରି ପାରିବେନି ଶ୍ରମିକ । ଏନେଇ ଆଡଭାଇଜରି ଜାରି କରିଛି କେନ୍ଦ୍ର ଗୃହ ସଚିବ । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ସଚିବ ଅଜୟ ଭଲ୍ଲା । ରେଳ ଟ୍ରାକ୍‌ରେ କିମ୍ବା ରାସ୍ତା ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ସେଲ୍‌ଟର ହୋମ୍‌ରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯିବ । ଏହା ପରେ ସେମାନଙ୍କୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ କିମ୍ବା ବସ୍‌ରେ ନିଜ ନିଜ ଅଞ୍ଚଳକୁ ପଠାଇବା ପାଇଁ ସୁନିଶ୍ଚିତ କରାଯିବ । ଚାଲି ଚାଲି ଯାଉଥିଲେ ତାଙ୍କୁ ଆଣି କାଉନସିଲ କରାଇବାକୁ କୁହାଯାଇଛି। ପ୍ରବାସୀଙ୍କ ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ ଓ ବସ୍‌ର ବ୍ୟବସ୍ଥା କରାଯାଇଥିବା କେନ୍ଦ୍ର ଗୃହ ସଚିବ କହିଛନ୍ତି । ଗତକାଲି କ୍ୟାବିନେଟ୍‌ ସଚିବ ଭିଡିଓ କନ୍‌ଫରେନ୍‌ସିଂରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ ।

ତେବେ ସୂଚନା ଥାଉକି, ତାଲା ବନ୍ଦ ସମୟରେ ସଡ଼କ ଦୁର୍ଘଟଣାରେ ବିଭିନ୍ନ ସ୍ଥାନରେ ଅନେକ ପ୍ରବାସୀ ପ୍ରାଣ ହରାଇଛନ୍ତି । ମାର୍ଚ୍ଚ ୨୪ରୁ ମେ ୩ତାରିଖ ଭିତରେ ୩୦% ଲୋକ ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି । ଲକ୍ ଡାଉନ୍ ରୁ ମେ ୭ ତାରିଖ ଭିତରେ ପାଖାପାଖି ୧୪୦ଜଣଙ୍କର ମୃତ୍ୟୁ ହୋଇଛି । ଏହି ସବୁ ଘଟଣା ଘଟିଯାଇଛି କେବଳ ଭିଟାମାଟିକୁ ଫେରିବା ଆଶାରେ । ଅଧାରେ ରହିଯାଇଛି ସେମାନଙ୍କ ସବୁ ସ୍ବପ୍ନ ।

 

KNews Bureau

Recent Posts

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

14 mins ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

37 mins ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

2 hours ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

2 hours ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

3 hours ago

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

4 hours ago