ରାସ୍ତାରେ ଚାଲି ଚାଲି ନିଜ ରାଜ୍ୟକୁ ଫେରି ପାରିବେନି ଶ୍ରମିକ, ଆଡଭାଇଜରି ଜାରି କଲେ କେନ୍ଦ୍ର ଗୃହ ସଚିବ

ନୂଆଦିଲ୍ଲୀ: ରେଳ ଟ୍ରାକ୍‌ରେ କିମ୍ବା ରାସ୍ତାରେ ଚାଲି ଚାଲି ନିଜ ରାଜ୍ୟକୁ ଫେରି ପାରିବେନି ଶ୍ରମିକ । ଏନେଇ ଆଡଭାଇଜରି ଜାରି କରିଛି କେନ୍ଦ୍ର ଗୃହ ସଚିବ । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ସଚିବ ଅଜୟ ଭଲ୍ଲା । ରେଳ ଟ୍ରାକ୍‌ରେ କିମ୍ବା ରାସ୍ତା ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ସେଲ୍‌ଟର ହୋମ୍‌ରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

trainସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯିବ । ଏହା ପରେ ସେମାନଙ୍କୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ କିମ୍ବା ବସ୍‌ରେ ନିଜ ନିଜ ଅଞ୍ଚଳକୁ ପଠାଇବା ପାଇଁ ସୁନିଶ୍ଚିତ କରାଯିବ । ଚାଲି ଚାଲି ଯାଉଥିଲେ ତାଙ୍କୁ ଆଣି କାଉନସିଲ କରାଇବାକୁ କୁହାଯାଇଛି। ପ୍ରବାସୀଙ୍କ ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ ଓ ବସ୍‌ର ବ୍ୟବସ୍ଥା କରାଯାଇଥିବା କେନ୍ଦ୍ର ଗୃହ ସଚିବ କହିଛନ୍ତି । ଗତକାଲି କ୍ୟାବିନେଟ୍‌ ସଚିବ ଭିଡିଓ କନ୍‌ଫରେନ୍‌ସିଂରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ ।

migrants

ତେବେ ସୂଚନା ଥାଉକି, ତାଲା ବନ୍ଦ ସମୟରେ ସଡ଼କ ଦୁର୍ଘଟଣାରେ ବିଭିନ୍ନ ସ୍ଥାନରେ ଅନେକ ପ୍ରବାସୀ ପ୍ରାଣ ହରାଇଛନ୍ତି । ମାର୍ଚ୍ଚ ୨୪ରୁ ମେ ୩ତାରିଖ ଭିତରେ ୩୦% ଲୋକ ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି । ଲକ୍ ଡାଉନ୍ ରୁ ମେ ୭ ତାରିଖ ଭିତରେ ପାଖାପାଖି ୧୪୦ଜଣଙ୍କର ମୃତ୍ୟୁ ହୋଇଛି । ଏହି ସବୁ ଘଟଣା ଘଟିଯାଇଛି କେବଳ ଭିଟାମାଟିକୁ ଫେରିବା ଆଶାରେ । ଅଧାରେ ରହିଯାଇଛି ସେମାନଙ୍କ ସବୁ ସ୍ବପ୍ନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.