Browsing Tag

migrants

ଅଧିକ ପ୍ରବାସୀ ଆସିଲେ ପଞ୍ଚାୟତରେ ହେବ କ୍ୱାରେଣ୍ଟାଇନ୍‌ ସେଣ୍ଟର: ମନ୍ତ୍ରୀ ସୁଶାନ୍ତ ସିଂ

ଭୁବନେଶ୍ବର: ପ୍ରବାସୀ ଶ୍ରମିକ ଓଡିଶା ଫେରିବା ଆରମ୍ଭ କଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବେଡ୍‌, କ୍ୱାରେଣ୍ଟାଇନ୍‌ ସେଣ୍ଟର ବ୍ୟବସ୍ଥା କରାଯାଉଛି। ଗତଥର ପଞ୍ଚାୟତରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ହୋଇଥିଲା। ଏଥର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଜୋନ୍‌ରେ କରାଯିବ।…

ଘରକୁ ଫେରିବା ପରେ ଗାଁ ପାଇଁ ଅଣ୍ଟା ଭିଡିଛନ୍ତି ପ୍ରବାସୀ ଓଡ଼ିଆ, ନାଳ ସଫା କରିବା ସହ ରାସ୍ତା ଘାଟ କରୁଛନ୍ତି…

ଗଞ୍ଜାମ: ପ୍ରବାସୀ ଓଡ଼ିଆ କରୁଛନ୍ତି ଗାଁ ସଫେଇ କାମ । ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ନବରଙ୍ଗପୁର ଗାଁରେ । କରୋନା ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଘରକୁ ଫେରିବା ପରେ ଆରମ୍ଭ କରିଛନ୍ତି ଗାଁ ସଫେଇ କାର୍ଯ୍ୟକ୍ରମ । ଦୀର୍ଘଦିନ ଧରି ପୋତି ହୋଇଯାଇଥିବା ନାଳ ସଫା…

ପ୍ରବାସୀଙ୍କଠାରୁ ଲାଞ୍ଚ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ନିଲମ୍ବିତ

ବାସୁଦେବପୁର: ପ୍ରବାସୀଙ୍କଠାରୁ ଲାଞ୍ଚ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ନିଲମ୍ବିତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଶାଶୁଭୁଆଷୁଣୀ ପଞ୍ଚାୟତରୁ ଏହି ଅଭିଯୋଗ ଆସିଛି। ସରକାରଙ୍କ ନିୟମ ଅନୁସାରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ କ୍ୱାରେଣ୍ଟାଇନ୍‌ରେ ରହିଲେ ସେମାନଙ୍କୁ…

ଢେଙ୍କାନାଳ କାକୁଡ଼ିଭାଗ ପଞ୍ଚାୟତର ଦୁଇଟି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୯୬ ଜଣ ପ୍ରବାସୀଙ୍କ ଘର ବାହୁଡା

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ କାକୁଡ଼ିଭାଗ ପଞ୍ଚାୟତର ଦୁଇଟି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରବାସୀଙ୍କ ଘର ବାହୁଡା । ପାଖାପାଖି ୯୬ ଜଣ ପ୍ରବାସୀଙ୍କୁ ଘରକୁ ପଠାଇ ଦିଆଯାଇଛି। ସମସ୍ତଙ୍କର କରୋନା ନେଗେଟିଭ ଆସିବା ପରେ ସମସ୍ତଙ୍କୁ ମିଠା ଖୁଆଇ ବିଦାୟ ଦିଆଯାଇଛି। ଏହି…

ଜମ୍ମୁରୁ ୩ଟି ସ୍ୱତନ୍ତ୍ର ବିମାନ ଯୋଗେ ଫେରୁଛନ୍ତି ୩୬୬ ଓଡ଼ିଆ

ଭୁବନେଶ୍ୱର; ଜମ୍ମୁରେ ଫସିରହିଥିବା ଓଡ଼ିଆ ଘରବାହୁଡ଼ା କରିଛନ୍ତି । ଆଜି ଜମ୍ମୁରୁ ୩ଟି ବିମାନରେ ଆସୁଛନ୍ତି ୩୬୬ ଜଣ ଓଡ଼ିଆ । ପ୍ରଥମ ବିମାନଟି ଆଜି ଅପରାହ୍ନ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଛି । ସୂଚନା ମୁତାବକ ୨ଟା ୪୦ରେ ଦ୍ୱିତୀୟ ଓ ୩ଟା ୪୦ରେ ତୃତୀୟ ବିମାନ ପହଞ୍ଚିବ ।…

ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଉତ୍ତର ପୂର୍ବ ରାଜ୍ୟରୁ ଫେରୁଛନ୍ତି ଛାତ୍ରଛାତ୍ରୀ ଓ ପ୍ରବାସୀ ଓଡ଼ିଆ

କେନ୍ଯୁଜ୍:  ଉତ୍ତର ପୂର୍ବ ରାଜ୍ୟରୁ ୨ଟି ସ୍ୱତନ୍ତ୍ର ବିମାନ ଯୋଗେ ଫେରୁଛନ୍ତି ଛାତ୍ରଛାତ୍ରୀ ଓ ପ୍ରବାସୀ ଓଡ଼ିଆ । ପ୍ରବାସୀଙ୍କୁ ଫେରାଇ ଆଣୁଛନ୍ତି ରାଜ୍ୟ ସରକାର । ପ୍ରବାସୀଙ୍କୁ ଫେରାଇ ଆଣିବା ଦାୟିତ୍ୱ ବରିଷ୍ଠ IPS ଅମିତାଭ ଠାକୁରଙ୍କୁ ଦିଆଯାଇଥିଲା। ସୂଚନା ମୁତାବକ ତ୍ରିପୁରା, ମଣିପୁର…

ହାଓ୍ଵଡା ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ରୁ ଓହ୍ଲାଇଲେ ୨୪ ଜଣ ପ୍ରବାସୀ ଓଡ଼ିଆ

କେନ୍ଯୁଜ୍: ପୁଣି ଟ୍ରେନ୍‌ରୁ ଓହ୍ଲାଇପଡିଲେ ପ୍ରବାସୀ ଓଡ଼ିଆ । ମହାରାଷ୍ଟ୍ରର ଲୋକମାନ୍ୟ ତିଳକ ଟର୍ମିନାଲରୁ ହାଓ୍ଵଡା ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ରୁ ଓଡ଼ିଶାର ୨୪ ଜଣ ରାଉରକେଲା ଷ୍ଟେସନରେ ଓହ୍ଲାଇ ପଡିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନକୁ ଖବର ଦିଆଯିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ…

ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଯିବା ଲକ୍ଷ୍ଯ ରହିଗଲା ଅଧାରେ, ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ

ବାଲେଶ୍ଵର(କେନ୍ଯୁଜ୍): ବାଲେଶ୍ଵର ଜିଲ୍ଲା ସୋର ବରଫ ଛକ ଠାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସୂଚନା ଯୋଗ୍ଯ ଗତ ୫ ଦିନ ତଳେ ହାଇଦ୍ରାବାଦରୁ ପାଦରେ ଚାଲିଚାଲି ପଶ୍ଚିମବଙ୍ଗ ଫେରୁଥିଲେ ପ୍ରବାସୀ ଶ୍ରମିକ। ସୂଚନା ମୁତାବକ ପ୍ରବାସୀ ଶ୍ରମିକ ହାଇଦ୍ରାବାଦ ରୁ ପଶ୍ଚିମବଙ୍ଗ ପାଦରେ ଚାଲି…

ଭଦ୍ରକ: କ୍ବାରେଣ୍ଟାଇନ୍ ସେଣ୍ଟରରେ କୌଣସି ସୁବିଧା ନଥିବାରୁ ୧୬ନଂ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ

ଭଦ୍ରକ(କେନ୍ଯୁଜ୍): ଜାତୀୟ ରାଜପଥର କଲେଜ ଛକ ଓଭର ବ୍ରିଜ୍ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ। ଏହି ରାସ୍ତା ଅବରୋଧରେ ସାମିଲ ହୋଇଛନ୍ତି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ସମସ୍ତେ। ସୂଚନା ମୁତାବକ ଏହି ପ୍ରବାସୀ ଓଡିଆଙ୍କୁ ଭଦ୍ରକ କଲେଜରେ ରଖାଯାଇଥିଲେ ମଧ୍ଯ କୌଣସି…

ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢାଇଲା ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ, ପୁନେରୁ ଛାଡିଥିବା ଶ୍ରମିକ ଟ୍ରେନରେ…

ଭୁବନେଶ୍ବର : ମହାରାଷ୍ଟ୍ରର ପୁନେ ସହରରୁ ଗତକାଲି ପ୍ରବାସୀ ଓଡିଆମାନଙ୍କୁ ନେଇ ବାହାରିଛି ଏକ ଶ୍ରମିକ ଟ୍ରେନ । ଓଡିଶା ସରକାର,ମହାରାଷ୍ଟ୍ର ସରକାର ଓ ରେଳବାଇ ବିଭାଗଙ୍କ ମିଳିତ ସହାୟତାରେ ଗତକାଲି ୩ଟା ସମୟରେ ପ୍ରାୟ ୧୪୦୦ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଶ୍ରମିକ ଟ୍ରେନ ପୁନେ ଛାଡିଥିଲା। ତେବେ…

ଟଙ୍କା ଦେଇନପାରିବାରୁ ଅଧା ରାସ୍ତାରେ ପ୍ରବାସୀଙ୍କୁ ଓହ୍ଲାଇ ଦେଇ ଚାଲିଗଲା ବସ୍

ଟଙ୍କା ଦେଇନପାରିବାରୁ ଅଧା ରାସ୍ତାରେ ପ୍ରବାସୀଙ୍କୁ ଓହ୍ଲାଇ ଦେଇ ଚାଲିଗଲା ବସ। ତାମିଲନାଡୁରୁ କଳାହାଣ୍ଡିର ରାମପୁର ଫେରୁଥିବା ବେଳେ ଘଟିଛି ଏଭଳି ଘଟଣା। ତାମିଲନାଡୁରୁ ଘରକୁ ଫେରିବା ପାଇଁ ୫୧ ଜଣ ପ୍ରବାସୀ ସାଢେ ୩ଲକ୍ଷ ଟଙ୍କାରେ ୫ଟି ବସ ବୁକିଂ କରିଥିଲେ। ତେବେ ଓଡ଼ିଶାରେ ଭୁଲ ରାସ୍ତାରେ…

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୫୦ରୁ ଅଧିକ ପଶ୍ଚିମବଙ୍ଗ ଶ୍ରମିକଙ୍କ ହୋ-ହଲ୍ଲା, ଘରକୁ ଯିବା ପାଇଁ ମାଗିଲେ…

କେନ୍ଦୁଝର: ଘରକୁ ଯିବା ପାଇଁ ଅନୁମତି ନମିଳିବାରୁ ପଶ୍ଚିମବଙ୍ଗ ଶ୍ରମିକଙ୍କ ହୋ-ହଲ୍ଲା । କେନ୍ଦୁଝରରେ ଫସିଥିବା କିଛି ପଶ୍ଚିମବଙ୍ଗ ଶ୍ରମିକଙ୍କୁ ଘରକୁ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳୁନାହିଁ । ଏନେଇ ଆଜି ୫୦ରୁ ଅଧିକ ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋ-ହଲ୍ଲା…