Below header

ଅଧିକ ପ୍ରବାସୀ ଆସିଲେ ପଞ୍ଚାୟତରେ ହେବ କ୍ୱାରେଣ୍ଟାଇନ୍‌ ସେଣ୍ଟର: ମନ୍ତ୍ରୀ ସୁଶାନ୍ତ ସିଂ

ଭୁବନେଶ୍ବର: ପ୍ରବାସୀ ଶ୍ରମିକ ଓଡିଶା ଫେରିବା ଆରମ୍ଭ କଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବେଡ୍‌, କ୍ୱାରେଣ୍ଟାଇନ୍‌ ସେଣ୍ଟର ବ୍ୟବସ୍ଥା କରାଯାଉଛି। ଗତଥର ପଞ୍ଚାୟତରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ହୋଇଥିଲା। ଏଥର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଜୋନ୍‌ରେ କରାଯିବ। ଏବେ ସ୍ଥିତି ଠିକ୍‌ ଅଛି। ହେଲେ ଆଗକୁ ଆହୁରି ସ୍ଥିତି ବିଗିଡ଼ିବ ବୋଲି କହିଛନ୍ତି ମନ୍ତ୍ରୀ ସୁଶାନ୍ତି ସିଂ ।

ରାଜ୍ୟରେ କରୋନା ସ୍ଥିତି ବିଗୁଡୁଛି। ଅନେକ ରାଜ୍ୟରେ ଲକ୍‌ଡାଉନ୍‌ ହୋଇଛି। ମୁଖ୍ୟତଃ ଛତିଶଗଡ଼ ସୀମାନ୍ତରୁ ଆସିବେ ପ୍ରବାସୀ। ଗତ ଥର ୯ଲକ୍ଷ ପ୍ରବାସୀ ଆସିଥିଲେ। ଏଥର ୯ଲକ୍ଷରୁ କମ୍‌ ଫେରିବାର ସମ୍ଭାବନା ଅଛି। ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ଅଧିକ ପ୍ରବାସୀ ଆସିଲେ ପଞ୍ଚାୟତରେ ହେବ କ୍ୱାରେଣ୍ଟାଇନ୍‌ ସେଣ୍ଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.