Below header

ଢେଙ୍କାନାଳ କାକୁଡ଼ିଭାଗ ପଞ୍ଚାୟତର ଦୁଇଟି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୯୬ ଜଣ ପ୍ରବାସୀଙ୍କ ଘର ବାହୁଡା

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ କାକୁଡ଼ିଭାଗ ପଞ୍ଚାୟତର ଦୁଇଟି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରବାସୀଙ୍କ ଘର ବାହୁଡା । ପାଖାପାଖି ୯୬ ଜଣ ପ୍ରବାସୀଙ୍କୁ ଘରକୁ ପଠାଇ ଦିଆଯାଇଛି। ସମସ୍ତଙ୍କର କରୋନା ନେଗେଟିଭ ଆସିବା ପରେ ସମସ୍ତଙ୍କୁ ମିଠା ଖୁଆଇ ବିଦାୟ ଦିଆଯାଇଛି।

ଏହି ସମସ୍ତ ପ୍ରବାସୀ ଦୀର୍ଘ ୧୪ ଦିନ ହେଲା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଏହି ୧୪ ଦିନ ମଧ୍ୟରେ ସମସ୍ତଙ୍କ ଭିତରେ ପାରିବାରିକ ସମ୍ପର୍କ ଗଡ଼ିଉଠିଥିଲା । ଯାହାଫଳରେ ବିଦାୟ ସମୟରେ ଏକ ପ୍ରକାରର ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.