Below header

ସୁନା ମୂଲ୍ୟରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଜାଣିରଖନ୍ତୁ କଣ ରହିଛି ଆଜିର ଦର

ଗତ ଦୁଇ ଦିନ ଧରି ସୁନା ଦର ହ୍ରାସ ପାଇବା ପରେ ମଙ୍ଗଳବାର କିନ୍ତୁ ଏହି ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି । ଭାରତୀୟ ବଜାରରେ ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟରେ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଦେଶରେ ୨୪ କ୍ୟାରେଟ ମୂଲ୍ୟ ୧୦ ଗ୍ରାମ ପ୍ରତି ୧୦୦ ଟଙ୍କା ବୃଦ୍ଧି ପାଇ ୪୭,୦୦୦ରୁ ୪୭,୧୦୦ ଟଙ୍କା ଛୁଇଁଥିବା ବେଳେ ୨୨ କ୍ୟାରେଟ ଦର ବି ସମାନ ଭାବେ ୧୦୦ ଟଙ୍କା ବଢ଼ି ୪୬,୦୦୦ ଟଙ୍କାରୁ ୪୬,୨୦୦ ଟଙ୍କାରେ ପହଂଚିଛି । ଏହା ସହ ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ଦରରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି ।

ରାଜଧାନୀ ଦିଲ୍ଲୀରେ ଉଭୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୭,୨୦୦ ଟଙ୍କା ଓ ୪୬,୦୦୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ରହିଛି ୪୭,୧୦୦ ଟଙ୍କା ଓ ୪୬,୨୦୦ ଟଙ୍କା । ଠିକ ସେହିପରି ଚେନ୍ନାଇରେ ରହିଛି ୪୯୬୭୦ ଟଙ୍କା ଓ ୪୫,୫୩୦ ଟଙ୍କା । ଯେବେକି  ସୁନାର ଅନ୍ୟତମ ବଜାର ଭାବେ ଜଣା କୋଲକାତାରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୮,୦୩୦ ଟଙ୍କା ୪୬,୭୪୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ଓଡିଶା ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଏହି ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ସହରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୨୨୦ ଟଙ୍କା ବଢି ୪୯,୬୭୦ ଟଙ୍କାରେ ପହଂଚିଛି, ଯେବେକି ପୂର୍ବ ଦିନ ଏହି ଦର ୪୯,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିଲା ।

ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୧୦ ଟଙ୍କା ବଢି ୪୫,୫୩୦ ଟଙ୍କାରେ ପହଂଚିଛି । ସୁନା ପରି ରୂପା ମୂଲ୍ୟରେ ବି ପରିବର୍ତ୍ତନ ଆସିଛି । କିଲୋଗ୍ରାମ ପ୍ରତି ୬୦୦ ଟଙ୍କା ବଢି ୪୭,୧୦୦ରୁ ୪୭,୭୦୦ ଟଙ୍କାରେ ପହଂଚିଛି ଏହି ଦର | ବିଶ୍ୱ ବଜାରରେ ବି ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ମଙ୍ଗଳବାର ଏହି ଦର ୦.୦୩ ପ୍ରତିଶତ ବା ୦.୫୦ ଡ଼ଲାର ବଢି ଆଉନ୍ସ ପ୍ରତି ୧୭୧୭.୭୦ ଡ଼ଲାରରେ ପହଂଚି ଥିବା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.