Below header

ଭଦ୍ରକ: କ୍ବାରେଣ୍ଟାଇନ୍ ସେଣ୍ଟରରେ କୌଣସି ସୁବିଧା ନଥିବାରୁ ୧୬ନଂ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ

ଭଦ୍ରକ(କେନ୍ଯୁଜ୍): ଜାତୀୟ ରାଜପଥର କଲେଜ ଛକ ଓଭର ବ୍ରିଜ୍ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ। ଏହି ରାସ୍ତା ଅବରୋଧରେ ସାମିଲ ହୋଇଛନ୍ତି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ସମସ୍ତେ। ସୂଚନା ମୁତାବକ ଏହି ପ୍ରବାସୀ ଓଡିଆଙ୍କୁ ଭଦ୍ରକ କଲେଜରେ ରଖାଯାଇଥିଲେ ମଧ୍ଯ କୌଣସି ପ୍ରତିକାର ବ୍ଯବସ୍ଥା ଗ୍ରହଣ କରାଯାଇନଥିବା ସହିତ ଖାଦ୍ଯ-ପାନୀୟର ବ୍ଯବସ୍ଥା ମଧ୍ଯ କରାଯାଇନଥିଲା। ଏପରିକି ସେଠାରେ ଅନେକ ପ୍ରବାସୀ ରାତି ଅନିଦ୍ରା ମଧ୍ଯ ରହିଥିଲେ।

ଅନ୍ଯପଟେ ସେଠାରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ କହିବା ପରେ ମଧ୍ଯ ସେ କୌଣସି ପ୍ରକାର ବ୍ଯବସ୍ଥା କରିନଥିଲେ। ଶେଷରେ ବାଧ୍ଯ ହୋଇ ଶହ ଶହ ପ୍ରବାସୀ ଓଡିଆ ଦୀର୍ଘ ସମୟ ଧରି ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି, ଯାହାଫଳରେ ଦୁଇ ପାର୍ଶ୍ବରେ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.