Below header

ଅନ୍ ଲାଇନ ମଦ ବିକ୍ରିର ଭରପୂର ଫାଇଦା ଉଠାଇଲେ ସାଇବର ଅପରାଧୀ, ଚାହୁଁ ଚାହୁଁ ଠକି ନେଇଗଲେ କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ବର : ଲକ୍‌ଡାଉନରେ ଯୋର ଧରିଛି ସାଇବର ଠକେଇ । ସାଇବର ଅପରାଧୀମାନେ ଟଙ୍କା ଲୋଭରେ ଟାର୍ଗେଟ କରି ଚାଲିଛନ୍ତି ସାଧାରଣ ଲୋକଙ୍କୁ । ସେବା ଯୋଗାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏଭଳି ଏକ ଘଟଣା ଗତକାଲି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।

ଆପଣ ଜାଣିଥିବେ ଗତକାଲିଠାରୁ ଅନ୍ ଲାଇନରେ ଆରମ୍ଭ ହୋଇଛି ମଦ ବିକ୍ରି । ଯାହାର ଭରପୂର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ। ରାଜ୍ୟରେ ଅନ୍‌ଲାଇନ୍ ମଦ ବିକ୍ରି ଆରମ୍ଭ ହେବା ପୂର୍ବରୁ ଏହି ସାଇବର ଅପରାଧୀମାନେ ଫେସ୍‌ବୁକରେ ବିଜ୍ଞାପନ ଦେଇ ବହୁ ପଣିମାଣର ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି । ଏନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଜଣେ ହେଲେ ଅପରାଧୀକୁ ଏ ଯାଏଁ ବି ଗିରଫ କରିବାରେ ସକ୍ଷମ ହୋଇନି ପୋଲିସ।

liquerପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ପରଠାରୁ ରାଜ୍ୟରେ ମଦ ଦୋକାନ, ବାର୍‌ ବନ୍ଦ ରହିଥିଲା । ହେଲେ ଗତକାଲିଠାରୁ ସରକାରଙ୍କ ଅନୁମତି କ୍ରମେ ଏହାର ଅନ୍ ଲାଇନ୍ ବିକ୍ରି ଆରମ୍ଭ ହୋଇଥିଲା। ଯାହାର ଫାଇଦା ଉଠାଇଥିଲେ ସାଇବର ଅପରାଧୀମାନେ।  ଜାଲ୍‌ ବିଜ୍ଞାପନରେ ଦିଆ ଯାଇଥିବା ଫୋନ୍ ନମ୍ବରକୁ ଲୋକ କଲ୍ କରି ମଦ ବୁକ୍ କରିଥିଲେ। ଏଥି ଲାଗି ଆଗୁଆ ଅନ୍‌ଲାଇନ୍ ପେମେଣ୍ଟ ନେଇ ଯାଉଥିଲେ। କିନ୍ତୁ ଲୋକଙ୍କ ପାଖରେ ମଦ ପହଞ୍ଚୁ ନ ଥିଲା। ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅନେକ ଲୋକ ଠକାମିର ଶିକାର ହୋଇଥିବାବେଳେ, ଏବେ ଅନ୍‌ଲାଇନ୍‌ ମଦ କାରବାର ଆରମ୍ଭ ହୋଇଯାଇଥିବାରୁ ଏପରି ଠକେଇ ଆହୁରି ବଢ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.