Below header

ରାଜପଥରେ ଯାଉଥିବା ଗାଡିକୁ ଦେଖିବା ଖୁସିରେ ଇଲେକ୍ଟ୍ରି ଖୁଣ୍ଟରେ ଚଢିଗଲେ ଦୁଇ ଶିଶୁ, ଅଳ୍ପକେ ବର୍ତ୍ତିଲା ଜୀବନ

ଯାଜପୁର ରୋଡ୍(କେନ୍ଯୁଜ୍): ଯାଜପୁର ଜିଲ୍ଲା କୋରେଇ ଥାନା ୨୦ ନଂ ଜାତୀୟ ରାଜପଥ କଡ ରଗଡି ସରକାରୀ ପଲିଟେକନିକ ସାମ୍ନାରେ ଗତକାଲି ଜଣେ ୫ବର୍ଷର ଶିଶୁ ନିଶ୍ଚିତ ମ୍ତ୍ଯୁ ମୁଖରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ସୂଚନା ଯୋଗ୍ଯ କଲେଜ ସମ୍ମୁଖରେ ରହୁଥିବା ଏକ ଆଦିବାସୀ ପରିବାରର ଦୁଇ ଭାଇ-ଭଉଣୀ କୌତୁହଳ ବସତ ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢି ରାଜପଥରେ ଯାଉଥିବା ଗାଡିକୁ ଦେଖୁଥିଲେ। ମାତ୍ର ୫ ରୁ ୬ବର୍ଷିୟ ଶିଶୁ ବିପଦପୂର୍ଣ୍ଣ ଭାବେ ଘର ନିକଟରେ ଥିବା ଏକ ବିଦ୍ଯୁତ୍ ଟ୍ରାନ୍ସଫର୍ମର ଖୁଣ୍ଟ ଉପରେ ସମ୍ପୂର୍ଣ୍ଣ ଚଢି ସାରିଥିବା ବେଳେ ଉକ୍ତ ନାବାଳକର ସାନ ଭଉଣୀ ତଳୁ ଉପରକୁ ଚଢିବା ପାଇଁ ଚେଷ୍ଟା କରୁଥିବା ବେଳେ ଜଣେ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କର ନଜର ପଡିଥିଲା। ଏହାପରେ ପିଲାଟିକୁ ତଳକୁ ଓହ୍ଲାଇ ଆସିବାକୁ କହିବା ପରେ ସେ ଓହ୍ଲାଇଥିଲା।

ରିପୋର୍ଟ ଅନୁଯାୟୀ ପିଲାଟି ଖୁଣ୍ଟ ଉପରକୁ ଚଡିବା ସମୟରେ ସୌଭାଗ୍ଯ ବଶତଃ କରେଣ୍ଟ ଚାଲିଯାଇଥିବାରୁ ଦୁଇ ଶିଶୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।

ଏଭଳି ଦୁଃସାହାସ ନକରିବା ପାଇଁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.