ଆସାମରୁ ଫେରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରୁ ଅଧାବାଟରୁ ଚମ୍ପଟ ମାରିଲେ ପ୍ରବାସୀ, ଥରେ ଦେଖନ୍ତୁ ଏହି ଭିଡିଓ

ଅମାନିଆ ପ୍ରବାସୀ। ଯେତେ ବୁଝାଇଲେ ବି ଅବୁଝା । ସରକାର ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନେକ ପଦକ୍ଷପ ଗ୍ରହଣ କରୁଥିବାବେଳେ ସେମାନେ କିନ୍ତୁ କରୋନାକୁ ବଢାଇବାରେ ନେଉଛନ୍ତି ମୁଖ୍ଯ ଭୂମିକା । ହାତ ଗୋଡ ଧରି ଉଦ୍ଧାର କରିବାକୁ କରୁଛନ୍ତି ନିବେଦନ ହେଲେ ଫେରିଯିବା ପରେ ଦେଖାଉଛନ୍ତି ହାକିମ୍ ଗିରି ।

ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି । ଯେଉଁଠି ପ୍ରବାସୀଙ୍କୁ ନେଇ ଆସାମରୁ ଫେରୁଥିବା ଏକ ଶ୍ରମିକ ଟ୍ରେନରୁ ଗନ୍ତବ୍ଯ ସ୍ଥଳରେ ପହଁଚିବା ପୂର୍ବରୁ ପ୍ରବାସୀମାନେ ଅଧାବାଟରୁ ଟ୍ରେନର ଚେନ୍ ଟାଣି ଚମ୍ପଟ ମାରିଛନ୍ତି । ଟ୍ରେନରେ ଏହି ସବୁ ଘଟଣା ନଘଟିବା ପାଇଁ ଗାର୍ଡଙ୍କୁ ରଖାଯାଇଥିଲେ ସୁଦ୍ଧା କିଛି ଲାଭ ହୋଇନାହିଁ । ଏହି ଘଟଣା ପରେ କରୋନା ସଂକ୍ରମଣ ନିହାତୀ ଭାବେ ବଢିଚାଲିବାର ଆଶଙ୍କା ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.