ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢିବ ଗ୍ରୀଷ୍ମପ୍ରବାହ, ଆଜି ୧୧ଟି ଜିଲ୍ଲାକୁ ହିଟ୍‌ ୱେଭ୍‌ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର : ତାତିରେ ଡହଳ ବିକଳ ହେଉଛି ଓଡ଼ିଶା । ସାରା ରାଜ୍ୟରେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଏହି ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ସୂଚନା ଅନୁଯାୟୀ ଗତକାଲି ରାଜ୍ଯର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ, ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

heat waveସେହିପରି ଦ୍ବିତୀୟ ସର୍ବାଧିକ ତାପମାତ୍ରା ତାଳଚେରରେ ରେକର୍ଡ କରାଯାଇଥିଲା । ସେଠାରେ ରହିଥିଲା ୪୪.୯, ସେହିପରି ବଲାଙ୍ଗିରରେ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଫଳରେ ଆସନ୍ତା ୪ ଦିନ ପାଇଁ ହିଟ୍‌ ୱେଭ ଆଲର୍ଟ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ ସୂଚନା ମିଳିଛି  । ଆଜି ପାଇଁ ୧୧ଟି ଜିଲ୍ଲାକୁ ହିଟ୍‌ ୱେଭ୍‌ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.