ପୁରୀ(କେନ୍ଯୁଜ୍): ବାତ୍ଯା ଆମ୍ଫାନ ଚାଲିଯିବାକୁ ୬ଦିନ ବିତିଗଲାଣି କିନ୍ତୁ ସେଥିରେ ପ୍ରଭାବିତ ଲୋକେ ଆଜି ବି ଘର ଛାଡି ବାହାରେ ମୁଣ୍ଡ ଗୁଂଜୁଛନ୍ତି। ଏମିତି ଏକ ଘଟଣା ଘଟିଛି ପୁରୀ ଜିଲ୍ଳା ଅସ୍ତରଙ୍ଗ ବ୍ଲକ ଆଙ୍କୁଅ ଗ୍ରାମରେ। ବାତ୍ଯା ରାତିରେ ଗ୍ରାମର ସୁଦାମ କାଣ୍ଡିଙ୍କ ଘର ଉପରେ ଏକ ବିରାଟକାୟ ଚାକୁଣ୍ଡା ଗଛ ଉପୁଡି ପଡିବା ଫଳରେ ଘର ସବୁ ଭାଙ୍ଗି ଯାଇଥିଲା। ସୂଚନା ମୁତାବକ ବର୍ତ୍ତମାନ ସେହି ଘର ଛାଡି ବାହାରେ ମୁଣ୍ଡ ଗୁଂଜୁଛନ୍ତି ସୁଦାମଙ୍କ ପରିବାର। ହେଲେ ଗଛ କାଟିବାକୁ ସୁଦାମଙ୍କ ପାଖରେ ଟଙ୍କା ନାହିଁ କି ପ୍ରଶାସନ ତରଫରୁ ମଧ୍ଯ ଗଛକୁ ଘର ଉପରୁ ହଟାଇବାକୁ କିଛି ସାହାଯ୍ଯ ମିଳିନାହିଁ। ଯାହାଫଳରେ ସୁଦାମଙ୍କ ପରିବାର ଏବେ ବାହାରେ ମୁଣ୍ଡ ଗୁଂଜୁଛନ୍ତି।