ଖୋର୍ଦ୍ଧା ଭୋଗଡ଼ା ଗାଁରେ ବୋମା ମାଡ କରି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ବେଗୁନିଆ: ଖୋର୍ଦ୍ଧା ବାଘମାରୀ ଥାନା ଭୋଗଡ଼ା ଗାଁରେ ବୋମାମାଡ଼। ଏହି ବୋମାମାଡରେ ୩ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପାଖାପାଖି ୧୦ଜଣ ଡକାୟତ ବିଭିନ୍ନ ମାରଣାସ୍ତ୍ର ଧରି ଗାଁର ସକାନ୍ତ କୁମାର ଜୟସିଂଙ୍କ ଘରେ ପଶିଥିଲେ। ଘରେ ଶୋଇଥିବା ଅବସ୍ଥାରେ ସମସ୍ତ ପରିବାର ସଦସ୍ୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ସୁକାନ୍ତ ଓ ତାଙ୍କ ପୁଅ ସୌମ୍ୟଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ ପରେ ଲକ୍ଷାଧକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ବାଘମାରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜିବା ଜାରି ରଖିଛି ।

 

You might also like