Below header

ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଉତ୍ତର ପୂର୍ବ ରାଜ୍ୟରୁ ଫେରୁଛନ୍ତି ଛାତ୍ରଛାତ୍ରୀ ଓ ପ୍ରବାସୀ ଓଡ଼ିଆ

କେନ୍ଯୁଜ୍:  ଉତ୍ତର ପୂର୍ବ ରାଜ୍ୟରୁ ୨ଟି ସ୍ୱତନ୍ତ୍ର ବିମାନ ଯୋଗେ ଫେରୁଛନ୍ତି ଛାତ୍ରଛାତ୍ରୀ ଓ ପ୍ରବାସୀ ଓଡ଼ିଆ । ପ୍ରବାସୀଙ୍କୁ ଫେରାଇ ଆଣୁଛନ୍ତି ରାଜ୍ୟ ସରକାର । ପ୍ରବାସୀଙ୍କୁ ଫେରାଇ ଆଣିବା ଦାୟିତ୍ୱ ବରିଷ୍ଠ IPS ଅମିତାଭ ଠାକୁରଙ୍କୁ ଦିଆଯାଇଥିଲା। ସୂଚନା ମୁତାବକ ତ୍ରିପୁରା, ମଣିପୁର ଏବଂ ନାଗାଲାଣ୍ଡରୁ ଫେରୁଛନ୍ତି ଓଡ଼ିଆ ।

Bharat_Missionରିପୋର୍ଟ ଅନୁଯାୟୀ  ଆଜି ଅପରାହ୍ନ ୨ଟା ୩୦ ମିନିଟ୍‌ ଓ ରାତି ୧୦ଟା ୩୦ ମିନିଟ୍‌ରେ ଆସି ପହଞ୍ଚିବେ ଛାତ୍ରଛାତ୍ରୀ ଓ ପ୍ରବାସୀ ଓଡ଼ିଆ। ଲକ୍‌ଡାଉନ ପାଇଁ ବାହାରେ ଫସି ରହିଥିଲେ ଛାତ୍ରଛାତ୍ରୀ ଓ ପ୍ରବାସୀ। ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲାକୁ ମଣିପୁରରୁ ୧୪ ଜଣ, ତ୍ରିପୁରା ଅଗ୍ରତାଲାରୁ ୩୩ଜଣ ଆସୁଛନ୍ତି। ସେହିଭଳି ନାଗାଲାଣ୍ଡରୁ ୧୩୧ ଜଣ ବିମାନ ଯୋଗେ ଆସୁଛନ୍ତି। ଏମାନେ ସମସ୍ତେ କେନ୍ଦ୍ରାପଡ଼ା ଓ ଯାଜପୁରର ହୋଇଥିବା ସୂଚନା ମିଳିଛି । ସେହିଭଳି ଆସାମରୁ ୭୨ଜଣ , ମେଘାଳୟରୁ ଦୁଇ ଜଣ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.