Below header

ପ୍ରବାସୀଙ୍କଠାରୁ ଲାଞ୍ଚ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ନିଲମ୍ବିତ

ବାସୁଦେବପୁର: ପ୍ରବାସୀଙ୍କଠାରୁ ଲାଞ୍ଚ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ନିଲମ୍ବିତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଶାଶୁଭୁଆଷୁଣୀ ପଞ୍ଚାୟତରୁ ଏହି ଅଭିଯୋଗ ଆସିଛି। ସରକାରଙ୍କ ନିୟମ ଅନୁସାରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ କ୍ୱାରେଣ୍ଟାଇନ୍‌ରେ ରହିଲେ ସେମାନଙ୍କୁ ଦିଆଯିବ ୨ ହଜାର ଟଙ୍କା।

ହେଲେ ସେଇ ପ୍ରବାସୀଙ୍କଠାରୁ ନିଆଯାଉଛି ୧୦୦ଟଙ୍କା ଲେଖାଏ। ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଓ ସରପଞ୍ଚଙ୍କ ପ୍ରତିନିଧି। ୧୦୦ ଟଙ୍କା ନଦେଲେ ପାଇବାକୁ ଥିବା ୨ ହଜାର ଟଙ୍କା ମିଳିବନି ବୋଲି କୁହାଯାଇଛି ।  କାହିଁକି ମିଳିବନି ବୋଲି ପଚାରିଲେ ମିଳୁଛି ଧମକ। ଏନେଇ ଏକ ଭିଡିଓ ଭାଇରାଲ ହୋଇଛି। ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ବିଡିଓ ଚୂଡାମଣି ସାମୁଦ୍ରିକ ଥାନାରେ ଏତଲା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.