ଏକ୍ସ ଗାର୍ଲଫ୍ରେଣ୍ଡ ଦୀପିକା ଏବଂ ସୋନମଙ୍କ ସାମ୍ନାରେ ଆଲିୟାଙ୍କୁ ଧରି ଡ୍ୟାନ୍ସ କଲେ ରଣବୀର କପୁର, ଦେଖନ୍ତୁ ଭିଡିଓ

ରଣବୀର କପୁର ଏବଂ ଆଲିୟା ଭଟ୍ଟ ନିଜ ଲଭ୍‌ ଆଫେୟାର୍ସକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ଦୁହିଁଙ୍କର ଫଟୋ ଏବଂ ଭିଡିଓ ପୋଷ୍ଟ ହେବା ମାତ୍ରକେ ହିଁ ଖୁବ୍‌ ଭାଇରାଲ ହୋଇଥାଏ। କରୋନା ଭାଇରସ୍‌ କାରଣରୁ ଦୁଇ ଷ୍ଟାର ଆଇସୋଲେସନରେ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏବେ ଏମାନଙ୍କ କ୍ରେଜିନେସ୍‌ ବଜାୟ ରହିଛି। ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଏକ ଥ୍ରୋବ୍ୟାକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓଟି କୌଣସି ଏକ ଆଓ୍ଵାର୍ଡ ଫଙ୍କସନର। ଷ୍ଟେଜ ଉପରେ ଆଲିଆ ରଣବୀରଙ୍କ ସହିତ ଇସ୍କ ବାଲା ଲଭ୍‌ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ତେବେ ସବୁଠାରୁ ବଡ କଥା ହେଉଛି ରଣବୀର ଆଲିୟାଙ୍କୁ ଧରି ଡ୍ୟାନ୍ସ କରୁଥିବେଳେ ରଣବୀରଙ୍କ ଏକ୍ସ ଦୀପିକା ପାଦୁକୋନ, ସୋନମ କପୁର ମଧ୍ୟ ତାଙ୍କୁ ଦେଖୁଛନ୍ତି।


ତେବେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଫ୍ୟାନ୍ସ ଦୁହିଁଙ୍କ ଡ୍ୟାନ୍ସ ଅନ୍ଦାଜକୁ ଖୁବ୍‌ ପସନ୍ଦ କରୁଛନ୍ତି। ଦୁହିଁଙ୍କୁ ଷ୍ଟେଜ ଉପରେ ଦେଖି ଦର୍ଶକ ଖୁବ୍‌ ତାଳି ବି ମାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.