ଅସମ୍ଭବକୁ ବି ସମ୍ଭବ କରି ପାରେ ମଣିଷ, ଦେଖନ୍ତୁ ଏହାର ତାଜା ଉଦାହରଣ

ଟିକେ ଭଲଭାବେ ଦେଖନ୍ତୁ ଏଇ ଦୃଶ୍ୟକୁ । ଏହି ଦୃଶ୍ୟ ଦେଖିବା ପରେ ଆପଣ ନିଶ୍ଚୟ ଭାବୁଥିବେ ଯେ ଏହି ଲୋକମାନେ ବୋଧହୁଏ ଏହି ବିଶାଳକାୟ ତିମି ମାଛକୁ ଶିକାର କରିଛନ୍ତି କିନ୍ତୁ ପ୍ରକୃତ ଘଟଣା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଆଉ ଧନ୍ୟବାଦ ଜଣାଇବେ ଏହି ଶହ ଶହ ଜୀବପ୍ରେମୀ ମାନଙ୍କୁ । ଆଜ୍ଞା ହଁ ଆପଣ ଠିକ ଭାବିଛନ୍ତି । ବ୍ରାଜିଲରେ ଏଭଳି ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଲୋକଙ୍କ ଚେଷ୍ଟାରେ ଏକ ବିଶାଳ ତିମି ମାଛ କୂଳରୁ ସମୁଦ୍ର ଭିତରକୁ ଫେରିଯାଇପାରିଛି ।

ସାଧାରଣତଃ ଆପଣ ଜାଣିଥିବେ ଯେ ସମୁଦ୍ର କୂଳରେ ବହୁତ କମ ପାଣି ଥାଏ । ଆଉ ତିମି ଭଳି ବିଶାଳ ମାଛ ଯଦି ଥରେ ସମୁଦ୍ର କୂଳକୁ ଆସେ ତାହେଲେ ସେ ଫେରିବା ଆସମ୍ଭଵ । କାରଣ କମ ପାଣି କାରଣରୁ ଏତେ ବଡ଼ ବିଶାଳ ମାଛଟି ଆଉ ଭିତରକୁ ଫେରିପାରିବ ନାହିଁ କିନ୍ତୁ ଲୋକମାନଙ୍କର ଏଭଳି ପ୍ରୟାସ ଯୋଗୁଁ ଶେଷରେ ତିମି ମାଛଟି ସମୁଦ୍ର ଭିତରକୁ ଫେରି ପାରିଛି । ଯେତେବେଳେ ଏହି ମାଛଟିକୁ ଲୋକମାନେ କୂଳରେ ଦେଖିଥିଲେ ସେହି ବିଚରେ ଉପସ୍ଥିତ ଥିବା ଲୋକମାନେ ଆସି ମାଛଟିକୁ ପ୍ରଥମେ ଘେରି ଯାଇଥିଲେ ଆଉ ତାକୁ ବଂଚିବା ପାଇଁ ତାର ଚାରିପଟେ ଗାତ ଖୋଳିବା ଆରମ୍ଭ କରିଦେଇଥିଲେ । ଯେକୌଣସି ପ୍ରକାରେ ମାଛଟିକୁ ବଂଚିବା ପାଇଁ ସେଠାରେ ଥିବା ସମସ୍ତ ଲୋକ ଲାଗିପଡ଼ିଥିଲେ ।


ଭିଡିଓରେ ଆପଣ ଦେଖିପାରୁଥିବେ ଯେ କିପରି ଲୋକମାନେ ମାଛଟିକୁ ଚାରିପଟୁ ଘେରିଯାଇ ତା ଉପରେ ପାଣି ପକାଉଛନ୍ତି । ଅନେକ ଚେଷ୍ଟା କରିବା ପରେ ଶେଷରେ ଲୋକମାନେ ଏକ କ୍ରେନ ଦ୍ୱାରା ମାଛକୁ ଉଠାଇ ପାଣି ଭିତରକୁ ନେଇଯିବାରେ ସକ୍ଷମ ହୋଇଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଲୋକମାନଙ୍କ ଚେଷ୍ଟା ଆଉ ମାଛକୁ ବଞ୍ଚାଇ ରଖିବା । କାରଣ ଏତେ ବିଶାଳ ମାଛ କୂଳରେ ବଂଚିବା ନିଶ୍ଚିତ ଭାବେ ମୁସ୍କିଲ । ଲୋକମାନଙ୍କ ଚେଷ୍ଟାରେ ଏହି ମାଛଟି ମୃତ୍ୟୁମୁଖରୁ ବଂଚି ଯାଇଛି । ଯାହାର ଭିଡିଓକୁ ସେୟାର କରିଛନ୍ତି IFS ଅଫିସର ସୁଶାନ୍ତ ନନ୍ଦ ଆଉ ଲେଖିଛନ୍ତି ମଣିଷ ଚାହିଁଲେ କିଛି ବି କରିପାରିବ । ହଁ ମଣିଷ ଚାହିଁଲେ ଅସମ୍ଭଵକୁ ବି ସମ୍ଭବ କରିପାରିବ ଖାଲି ଆଗ୍ରହ ଥିଲେ ହେଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.