ଆସିଲା ଅପସରା-ରକ୍‌ଙ୍କ ଫିଲ୍ମ ‘ଥ୍ରୀଲର’ର ପ୍ରଥମ ପୋଷ୍ଟର, ଓଡିଆ ସମେତ ୯ଟି ଭାଷାରେ ରିଲିଜ ହେବ

ବଲିଉଡରେ ଏଣ୍ଟ୍ରି ନେଇ ଚର୍ଚ୍ଚାରେ ଥିବା ଓଡିଆ ଯୋଡି ଅପସରା-ରକ୍‌ଙ୍କ ଫିଲ୍ମ ‘ଥ୍ରୀଲର’ ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ଏ କମ୍ପାନି ପ୍ରଡକ୍ସନ ସାଉଥ୍ ପ୍ଲସ୍ ଏଣ୍ଟରଟେନମେଣ୍ଟ ନିବେଦିତ ଏନ୍ଏନ୍ଏନ୍ ସିରିଜ୍ ପରବର୍ତ୍ତୀ ଏହି ଫିଲ୍ମର ପୋଷ୍ଟରକୁ ନେଇ ଆଜି ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । ପୋଷ୍ଟର୍ ରିଲିଜ୍ ସମ୍ପର୍କରେ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଟ୍ୱିଟରେ ସୂଚନା ଦେଇଛନ୍ତି ।

ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମଟି ଖାଲି ହିନ୍ଦୀରେ ନାହିଁ ବରଂ ଓଡ଼ିଆ ସମେତ ମୋଟ୍ ୯ଟି ଭାଷାରେ ମୁକ୍ତିଲାଭ କରୁଛି । ଯେହେତୁ ଫିଲ୍ମର ଲିଡ୍ ଷ୍ଟାର୍ ଅପସରା ଏବଂ ରକ୍ ଉଭୟେ ଓଡ଼ିଆ ତେଣୁ ପ୍ରଯୋଜନା ସଂସ୍ଥା ଏହାକୁ ନଜରରେ ରଖି ଓଡ଼ିଆରେ ରିଲିଜ୍ କରିବାକୁ ସ୍ଥିର କରିଛନ୍ତି ।

ଫିଲ୍ମଟି ଓଡ଼ିଆ ସମେତ ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ଼, ମାଲାୟାଲମ, ମରାଠୀ, ଭୋଜପୁରୀ, ଗୁଜରାଟୀ ଭାଷାରେ ଫିଲ୍ମଟି ମୁକ୍ତିଲାଭ କରିବ । ଏହାର ଷ୍ଟ୍ରିମିଂ ଖୁବଶୀଘ୍ର ହେବ । rgvworldtheatre.com/ RGVWorld.in/ ShreyasET/ShreyasET.com ରେ ଷ୍ଟ୍ରିମିଂ ହେବ । ଯାହା ପୋଷ୍ଟର୍ରେ ଉଲ୍ଳେଖ ରହିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଅପସରା- ଏବଂ ରକ୍‌ଙ୍କ ଫଟୋଶୁଟ୍‌ ସମସ୍ତଙ୍କ ମନରେ ନିଆଁ ଲଗାଇଦେଇଥିଲା। ଦୁହିଁଙ୍କ ବୋଲ୍ଡ ଫଟୋଶୁଟ୍‌ ସମସ୍ତଙ୍କ ବିଚଳିତ କରିଥିଲା। ଅପସରାଙ୍କ ଘର ନୟାଗଡ ଜିଲ୍ଲାରେ ହୋଇଥିବା ବେଳେ ରକ୍‌ଙ୍କ ଘର ରାଇରଙ୍ଗପୁର ଜିଲ୍ଲାର ଉମରକୋଟରେ। ବଲିଉଡରେ ଦୁଇ ଓଡିଆ ନାୟକ ଓ ନାୟିକା ଯୋଡି କିଭଳି କମାଲ କରୁଛନ୍ତି, ତାହା ଦେଖିବାକୁ ଓଡିଆ ଫ୍ୟାନ୍‌ ମଧ୍ୟ ପ୍ରତୀକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.