ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ । ଏହି ୩ ଜଣ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ମୋଦିଙ୍କ ପ୍ରଥମ ଓ ଦ୍ବିତୀୟ ପାଳିରେ ମନ୍ତ୍ରୀ ଥିଲେ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଥମେ ପେଟ୍ରୋଲିୟମ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଥିଲେ। ମୋଦିଙ୍କ ତୃତୀୟ ପାଳିରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।   ଜୁଏଲ ଓରାମ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି । ସେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି। ମୋଦିଙ୍କ ଦ୍ବିତୀୟ ପାଳିରେ ସେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ।

ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ଜୁଏଲ ଓରାମ ସ୍ଥାନ ପାଇଥିଲେ।  ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ମୋଦିଙ୍କ ଦ୍ବିତୀୟ ପାଳିରେ ରେଳ ଓ ଆଇଟି ମନ୍ତ୍ରାଳୟ ସମ୍ଭାଳିଥିଲେ ଅଶ୍ବିନୀ ବୈଷ୍ଣବ। ଏଥର ଓଡ଼ିଶାରୁ ୨୦ ଜଣ ବିଜେପି ସାଂସଦ ପ୍ରତିନିଧିତ୍ବ କରୁଛନ୍ତି। ଓଡ଼ିଶାର ୨୧ ଲୋକସଭା ଆସନରୁ ବିଜେପି ୨୦ ଆସନରେ ବିଜୟୀ ହୋଇଛି।

Leave A Reply

Your email address will not be published.