Below header

ଟଙ୍କା ଦେଇନପାରିବାରୁ ଅଧା ରାସ୍ତାରେ ପ୍ରବାସୀଙ୍କୁ ଓହ୍ଲାଇ ଦେଇ ଚାଲିଗଲା ବସ୍

ଟଙ୍କା ଦେଇନପାରିବାରୁ ଅଧା ରାସ୍ତାରେ ପ୍ରବାସୀଙ୍କୁ ଓହ୍ଲାଇ ଦେଇ ଚାଲିଗଲା ବସ। ତାମିଲନାଡୁରୁ କଳାହାଣ୍ଡିର ରାମପୁର ଫେରୁଥିବା ବେଳେ ଘଟିଛି ଏଭଳି ଘଟଣା। ତାମିଲନାଡୁରୁ ଘରକୁ ଫେରିବା ପାଇଁ ୫୧ ଜଣ ପ୍ରବାସୀ ସାଢେ ୩ଲକ୍ଷ ଟଙ୍କାରେ ୫ଟି ବସ ବୁକିଂ କରିଥିଲେ। ତେବେ ଓଡ଼ିଶାରେ ଭୁଲ ରାସ୍ତାରେ ଆସିବାକୁ ନିର୍ଦ୍ଧାରିତ ବାଟ ଅନୁସାରେ ଟଙ୍କା ସରିଯାଇଥିବା ନେଇ ଡ୍ରାଇଭର ସେମାନଙ୍କୁ କନ୍ଧମାଳ ଓ ରାୟଗଡ଼ା ସୀମାନ୍ତ ବଣ୍ଡାପିପିଲି ଠାରେ ଓହ୍ଲାଇ ଦେଇଥିଲା। ପରେ ପ୍ରବାସୀମାନେ ଚାଲିଚାଲି ଯାଉଥିବା ବେଳେ କୋଟଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଏକ ସ୍କୁଲରେ ରଖାଯାଇଛି। ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯିବା ସହ ଘରକୁ ଯିବା ପାଇଁ ବନ୍ଦୋବସ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.