ଭାରତ ବିରୋଧରେ ହୀନ ଚକ୍ରାନ୍ତ ଚଳାଇଛନ୍ତି ଚୀନ ଓ ପାକିସ୍ତାନ, ପିଓକେରେ ବନ୍ଧ ନିର୍ମାଣ ପାଇଁ କରୁଛନ୍ତି ଯୋଜନା

ଉଭୟ ସ୍ଥଳ ଓ ଜଳ ପଥରେ ଚୀନର ନିଜ ପଡୋଶୀ ରାଷ୍ଟ୍ର ମାନଙ୍କ ସହ ବିବାଦ ଲାଗି ରହିଥାଏ । ଭାରତ ସହ ବି ଚୀନର ବିବାଦ ବି କାହାକୁ ଅଜଣା ନାହିଁ । ଦୁଇ ତିନି ଦିନ ତଳେ ହିଁ ସିକିମ ନିକଟରେ ଚିନ ସେନା ଓ ଭାରତୀୟ ସେନାଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଅନେକ ଶ୍ରମିକ ମଧ୍ୟ ଆହତ ହୋଇଥିଲେ । ଏହା ବାଦ ଚିନ ହେଲିକପ୍ଟର ଗୁଡିକ ମଧ୍ୟ ଭାରତ ସୀମା ଉଲଂଘନ କରୁଥିବା ଭଳି ଅଭିଯୋଗ ମାନ ନିୟମିତ ଭାବେ ଆସୁଛି । ଏବେ କିନ୍ତୁ ପାକିସ୍ତାନ ସହ ମିଶି ଏକ ହୀନ ଚକ୍ରାନ୍ତ ଚଳାଇଛି ଚୀନ । ପାକିସ୍ତାନ ଅଧିକୃତ କାଶ୍ମୀର ଅଂଚଳରେ ଭାରତୀୟ କ୍ଷେତ୍ରରେ ବନ୍ଧ ନିର୍ମାଣ କରୁଛି ଚିନ ।

pak

ଏଥିପାଇଁ ପାକିସ୍ତାନ ଓ ଚିନ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ମଧ୍ୟ ସ୍ଵାକ୍ଷରିତ ହୋଇଛି । ଗିଲାଗିଟ- ବାଲ୍ଟିସ୍ତାନରେ ନିର୍ମାଣ କରାଯିବାକୁ ଏହି ବନ୍ଧରେ ପାଖାପାଖି ୫.୮ ବିଲିୟନ ଡ଼ଲାର ଟଙ୍କା ଖର୍ଚ୍ଚ କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି । କହିରଖିବା ଉଚିତ ହେବକି, ଏହି ସ୍ଥାନରେ ବେପାର ବାଣିଜ୍ୟ କରିବାକୁ ଭାରତ ବାରମ୍ବାର ପ୍ରତିବାଦ କରିଆସୁଥିଲେ ମଧ୍ୟ ଚିନ ଓ ପାକିସ୍ଥାନ ତାହାକୁ ମାନୁ ନାହାନ୍ତି । ଏହି ଯୋଜନା ଟିକୁ “ଡାଇମର- ଭାଷା” ବନ୍ଧ ଭାବେ ନାମିତ କରାଯାଇଛି । ଏହାକୁ ଚାଇନା ଓ ପାକିସ୍ତାନ କମ୍ପାନୀ ମିଳିତ ଭାବେ ପ୍ରସ୍ତୁତ କରୁଥିବା ଜଣାଯାଇଛି ।

ଏହି ପ୍ରୋଜେକ୍ଟରୁ ଦୁଇ ଦେଶର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଲାଭ ରହିଛି । ଏବାବଦରେ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଶ୍ରୀଲଙ୍କା ପ୍ରତିପକ୍ଷ ଗୋତଭାୟା ରାଜପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । କହିରଖିବା ଉଚିତ ହେବକି ୧୯୪୯ ମସିହାରୁ ଆଜି ଭିତରେ ଚୀନ ୨୩ ଟି କ୍ଷେତ୍ରୀୟ ବିବାଦରେ ସାମିଲ ରହି ଆସିଛି । ଗୋଟେ ପଟେ ଚୀନ ସୈନିକ ମାନେ ଶିକ୍କିମ ଠାରେ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରୁଥିବା ବେଳେ ଅନ୍ୟ ପଟେ ଭାରତ ଅଧିନସ୍ଥ ଅଂଚଳରେ ବେଆଇନ ଭାବେ ବନ୍ଧ ନିର୍ମାଣ କରିବାର ହୀନ ଚକ୍ରାନ୍ତ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.