Below header

ମଧ୍ୟପ୍ରଦେଶରେ ଆଉ ଏକ ଭୟଙ୍କର ସଡକ ଦୁର୍ଘଟଣା : ଓଲଟିଲା ପ୍ରବାସୀ ଶ୍ରମିକଙ୍କ ଗାଡି, ୫ ଶ୍ରମିକ ମୃତ ୧୫ ଆହତ

ଥମିବାରେ ନାଁ ଧରୁନି ସଡକ ଦୁର୍ଘଟଣା। କରୋନା ମାରିବ କଣ ରାସ୍ତାରେ ହିଁ ଚାଲିଯାଉଛି ଜୀବନ। କରୋନା ଦାଉରୁ ରକ୍ଷା ପାଇବା ପାଇଁ ଭିଟା ମାଟିକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ମାନଙ୍କ ଉପରେ ସତେ ଯେମିତି ମୃତ୍ୟୁ ଦଶା ପଡିଯାଇଛି। ପୁଣି ଦୁର୍ଘଟଣା ନେଇଛି ପ୍ରବାସୀ ଶ୍ରମିକଙ୍କ ଜୀବନ । ମଧ୍ୟପ୍ରଦେଶରେ ଆଉ ଏକ ଭୟଙ୍କର ସଡକ ଦୁର୍ଘଟଣା। ସାଗର ଜିଲ୍ଲାରେ ହୋଇଥିବା ଏହି ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସେହିପରି ପ୍ରାୟ ୧୫ ଜଣ ଲୋକ ଆହତ ହୋଇଛନ୍ତି।

migrantସମସ୍ତ ଶ୍ରମିକ ମଧ୍ୟପ୍ରଦେଶରେ କାମ କରୁଥିଲେ। ଲକଡାଉନ କାରଣରୁ କାମ ଧନ୍ଦା ବନ୍ଦ। ଫଳରେ ପେଟର ଭୋକ ମେଣ୍ଟାଇବା ପାଇଁ ସେମାନେ ନିଜ ଘର ମହାରାଷ୍ଟ୍ରକୁ ଯାଉଥିଲେ। ସମସ୍ତ ଶ୍ରମିକ ଏକ ପଲିଥିନ ବୋଝେଇ ଟ୍ରକରେ ଯାଉଥିଲେ। ଏମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ମଧ୍ୟ ଥିଲେ। ମୃତକଙ୍କ ମଧ୍ୟରୁ ୩ ଜଣ ମହିଳା ଏବଂ ୨ ପୁରୁଷ ଅଛନ୍ତି। ସେହିପରି ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.