ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ ମିଳିବ ୨ ଲକ୍ଷ, ଘୋଷଣା କଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ ଔରିୟାରେ ଟ୍ରକ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ପ୍ରବାସୀ ଶ୍ରମିକଙ୍କୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଣୋ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହାବ୍ୟତୀତ ଆହତଙ୍କୁ ମଧ୍ୟ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆଯିବ ବୋଲି ଯୋଗୀ ଘୋଷଣା କରିଛନ୍ତି। ତୁରନ୍ତ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶକୁ ଦେବା ସହ ଯୋଗୀ ସରକାର ୨ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ମଧ୍ୟ ଖବର ମିଳିଛି।

accident

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁଁ ଦେଶରେ ଲକଡାଉନ ଚାଲିଥିବା ଫଳରେ ଏବେ ଅଧିକାଂଶ କଳାକାରଖାନାକୁ ବନ୍ଦ କରିଦିଆଯାଇଛି। ଏହି ସମୟରେ ନିଜ ନିଜ ରାଜ୍ୟ ଛାଡି ବାହାରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଏବେ ଘରମୁହାଁ ହୋଇଛନ୍ତି। ପାଖରେ ଖାଦ୍ୟ, ଅର୍ଥ ନଥିବା ଯୋଗୁଁ ଏମାନେ ବାଧ୍ୟ ହୋଇ ଘର ମୁହାଁ ହୋଇଛନ୍ତି। ସୂଚନା ଅନୁଯାୟୀ, ୮୧ ଜଣ ଶ୍ରମିକ ଫରିଦାବାଦରୁ ଗୋରଖପୁର ଯାଉଥିଲେ। କିନ୍ତୁ ଘରକୁ ଯିବା ସ୍ୱପ୍ନ ରହିଗଲା ଅଧାରେ। ଏହି ସଡକ ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘଟଣା ସ୍ଥଳରେ ହିଁ ୨୩ ଜଣ ଶ୍ରମିକଙ୍କୁ ପ୍ରାଣ ବାୟୁ ଉଡିଯାଇଥିଲା। ଏଥିସହିତ ୨୦ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଗମ୍ଭୀର ରହିଛି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.