Below header

ସାଉଥ୍ ଫିଲ୍ମକୁ ଲାଗିଲା ବଡ ଝଟକା, ସଡକ ଦୁର୍ଘଟଣାରେ ଜୀବନ ହାରିଲେ ନିର୍ଦେଶକ ଏଭି.ଅରୁଣ ପ୍ରସାଦ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ ଝଟକା। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦେଶକ ଏଭି.ଅରୁଣ ପ୍ରସାଦଙ୍କର ଗତକାଲି ସଡକ ଦୁଘର୍ଟଣାରେ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣା କୋଏମ୍ବାଟୁରର ମେଟ୍ଟୁପାଲୟମ ମଧ୍ଯରେ ଘଟିଛି। ଫିଲ୍ମ ଜଗତରେ ଏଭି.ଅରୁଣ ପ୍ରସାଦ ଭେଙ୍କଟ ନାଁ ରେ ଜଣାଶୁଣା। ସୂଚନା ମୁତାବକ ଏକ ମାଲବୁହା ଗାଡି ସହ ଧକ୍କା ହେବା ଦ୍ବାରା ତାଙ୍କର ମୃତ୍ୟୁ ହୋଇଛି।

arunରିପୋର୍ଟ ଅନୁଯାୟୀ ଫିଲ୍ମ ଜଗତର ଅନେକ କଳାକାର ଏଭି.ଅରୁଣ ପ୍ରସାଦଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି। ଲୋକପ୍ରିୟ ସଂଗୀତ ନିର୍ଦେଶକ ଜିଭି ପ୍ରକାଶ ମଧ୍ଯ ଏଭି.ଅରୁଣଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିବା ସହ ଟ୍ବିଟ କରି କହିଛନ୍ତି, ‘ସର୍ବଦା ଏକ ସାଙ୍ଗ ଭଳି ଏବଂ ଭାଇ ଭଳି ରହୁଥିବା ଭେଙ୍କଟର ସଡ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଭଗବାନ ମୋ ସାଙ୍ଗର ଆତ୍ମାକୁ ଶାନ୍ତି ଦିଅନ୍ତୁ।’

ଏଭି.ଅରୁଣ ପ୍ରସାଦ ଦିଗ୍ଗଜ ନିର୍ଦେଶକ ଶଙ୍କରଙ୍କ ସହ ଅନେକ ଫିଳ୍ମରେ ସହ ନିର୍ଦେଶକ ରୂପେ କାମ କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ଫିଲ୍ମ ଜଗତରେ ସମସ୍ତେ ଆଶ୍ଚର୍ଯ୍ଯଚକିତ କରିଦେଇଛି। ନିର୍ଦେଶକ ଶଙ୍କର ମଧ୍ଯ ଏଭି.ଅରୁଣଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଟ୍ବିଟ କରି କହିଛନ୍ତି, ‘ମୋର ପୂର୍ବ ସହ ନିର୍ଦେଶକଙ୍କ ହଠାତ୍ ମୃତ୍ୟୁର ଖବର ସମସ୍ତଙ୍କ ଛାତି ଥରାଇ ଦେଇଛି। ଅରୁଣ ତୁମେ ବହୁତ ଭଲ, ସକରାତ୍ମକ ଏବଂ ପରିଶ୍ରମୀ ଥିଲ। ମୋର ସମ୍ବେଦନା ସର୍ବଦା ତୁମପ୍ରତି ଏବଂ ତୁମ ପରିବାର ଓ ସାଙ୍ଗମାନଙ୍କ ପ୍ରତି ରହିବ। ସୂଚନାଯୋଗ୍ଯ ବହୁତ ଜଲଦି ଫିଳ୍ମ ୪ଜି ରିଲିଜ୍ ହେବାକୁ ଯାଉଛି, ଯେଉଁ ଫିଲ୍ମରେ ଅରୁଣ ୨୦୧୬ ବର୍ଷରୁ କାମ ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.