ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଶହେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୫୬୮

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ସର୍ବାଧିକ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୧୩, କଟକରୁ ୬, କେନ୍ଦ୍ରାପଡ଼ାରୁ ୪, ପୁରୀରୁ ୪, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ୬୫ ମଧ୍ୟରୁ ୬୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ । ୩ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ । ସୁରତ, କୋଲକାତା, ଅହମ୍ମଦାବାଦ, ଝାଡଖଣ୍ଡରୁ ଫେରିଛନ୍ତି ।

covid-0ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଶହେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଛି । ସେହିପରି କଟକରେ ପଜିଟିଭ୍‌ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ପୁରୀ ୧୮, ଖୋର୍ଦ୍ଧା ୫୬, ମୟୂରଭଞ୍ଜ ୧୧, ନୟାଗଡ଼ରେ ୬ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ରହିଛି ୫୬୮ ।

test୧୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭରୁ ଆଜି ମଧ୍ୟରେ ରାଜ୍ୟରେ ୩୫୦ ପ୍ରତିଶତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମେ’ ତିନି ତାରିଖରେ ରାଜ୍ୟରେ ପଜିଟିଭ୍‌ ସଂଖ୍ୟା ୧୬୩ ଥିବା ବେଳେ ଆଜି ଏହି ସଂଖ୍ୟା ୭୩୭ରେ ପହଞ୍ଚିଛି । ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମଧ୍ୟରେ ୫୭୪ ନୂଆ ପଜିଟିଭ୍‌ ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.