ଲକ୍ ଡାଉନ୍ ଦୁଃଖ: ଭାରରେ ଦୁଇ ଛୁଆଙ୍କୁ କାନ୍ଧେଇ ସ୍ତ୍ରୀ ଏବଂ ୬ବର୍ଷର ପିଲାକୁ ଧରି ଯାଜପୁରରୁ ବାରିପଦା ଆସିଲେ ବ୍ଯକ୍ତି

ବାରିପଦା: କରୋନା ଲକ୍ ଡାଉନ୍ ସମସ୍ତଙ୍କ ପାଇଁ ଆଣିଦେଇଛି ଦୁଃଖ । ନିଜ ପ୍ରିୟଜନଙ୍କ ଠାରୁ ଦୁରରେ ରହି ଅଥୟ ହୋଇଉଠିଛି ମନ । ଯାହାଫଳରେ ଯେକୌଣସି ଉପାୟରେ ଲୋକେ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । କିଛି ଲୋକଙ୍କ ଆଶା ପୂର୍ଣ୍ଣ ହେଉଛି ତ କିଛି ଲୋକ ଜୀବନ ଯୁଦ୍ଧରେ ହାରିଯାଉଛନ୍ତି । ଏଭଳି ପରିସ୍ଥିତିରେ କିଏ ଚାଲି ଚାଲି ଆସୁଛି ତ କିଏ କାଠ ଚକ ଲଗାଇ ନିଜ ଗର୍ଭବତୀ ସ୍ତ୍ରୀ ଓ ପିଲାକୁ ଟାଣି ଟାଣି ଆଣୁଛି । ଏମିତି କରିଚାଲିଛନ୍ତି ମହାମାରୀ ସହିତ ସଂଘର୍ଷ । ତେବେ ପୁଣି ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରିପଦା ସହରରେ ।

childଯାଜପୁରରେ କାମ କରୁଥିବା ଜଣେ ବ୍ଯକ୍ତି ତାଙ୍କର ୩ ଛୁଆ ଏବଂ ସ୍ତ୍ରୀଙ୍କ ସହିତ ଦୀର୍ଘ ୭ଦିନ ଚାଲିବାପରେ ବାରିପଦା ମୋରଡାରେ ଆସି ପହଁଚିଛନ୍ତି । ଯେତେବେଳେ ବ୍ଯକ୍ତି ଜଣଙ୍କ ମୋରଡାରେ ପହଁଚିଥିଲେ ସେତେବେଳେ ତାଙ୍କ କାନ୍ଧରେ ଦେଖିବାକୁ ମିଳିଥିଲା ଭାର । ଭାରର ଗୋଟେ ପାଖରେ ୨ ବର୍ଷ ଆଉ ଅନ୍ଯ ପାଖରେ ୩ବର୍ଷର ଛୁଆ ଥିଲେ l ସେଥିରେ ପୁଣି କିଛି କିନିଷ ପତ୍ର । ଆଉ ଛଅ ବର୍ଷର ପିଲାଟି ମା ସାଙ୍ଗରେ ଥିଲା ।

manକୁନି ପିଲା ଗୁଡିକ କିଭଳି ଏତେ ବାଟ ଚାଲିଥାନ୍ତେ? ତେଣୁ ବାପା ଜଣଙ୍କ ନିଜ କାନ୍ଧରେ ଭାର କରି ସେମାନଙ୍କୁ ବୁହାଇ ବୁହାଇ ଆଣିଥିଲେ । ଯେଉଁ ଦ୍ରୁଶ୍ଯ ଦେଖିଲେ ଲକ୍ ଡାଉନ୍ ର କଷ୍ଟକୁ ଗଭୀର ଭାବେ ଅନୁଭବ କରିହେବ । ତେବେ ସେମାନେ ପହଁଚିବା ମାତ୍ରେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯିବା ସହିତ ସମସ୍ତ ବ୍ଯବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.