ଫେସବୁକ ଆପଣଙ୍କୁ ଦେବ ୭୭ ଲକ୍ଷ ଟଙ୍କା, କରିବାକୁ ହେବ ଏହି କାମ

ଆଜିକାଲି ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ, ଯାହା ଜରିଆରେ ଆପଣ କୌଣସି ପ୍ରକାରର ଖବର ବହୁତ ସହଜରେ ପାଇଯାଉଛନ୍ତି। କିନ୍ତୁ ଏହିସବୁ ଖବରରେ କିଛି ଗୁଜବ ଏବଂ କିଛି ଘୃଣା ଓ ଭେଦଭାବ ସୃଷ୍ଟି କରୁଥିବା ଖବର ମଧ୍ୟ ରହିଛି। ଖାସ୍‌ କରି ଫେସବୁକ୍‌ରେ ମିମିଜର ଅତ୍ୟଧିକ ବ୍ୟବହାର ଏବେ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ଏହାକୁ ରୋକିବା ପାଇଁ ଫେସବୁକ ଏକ ନୂଆ ସିଷ୍ଟମ ଡେଭଲପ କରିବାକୁ ଯାଉଛି।

fb

ଖବର ମୁତାବକ, ଫେସବୁକ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସିଷ୍ଟମ ଡେଭଲପ କରୁଛି, ଯାହା ଭେଦଭାବ ସୃଷ୍ଟି କରୁଥିବା ଭିଡିଓ ଏବଂ ଫଟୋରେ ଲଗାମ ଲଗାଉଛି କିନ୍ତୁ ମିମିଜକୁ ରୋକି ପାରୁନାହାନ୍ତି। ଏହା ବହୁତ ଡାଇନାମିକ ହୋଇଥାଏ। ଏଥିପାଇଁ ଏହି ମିମିଜକୁ ରୋକିବା ପାଇଁ ଫେସବୁକ ତରଫରୁ ଏକ ପ୍ରତିଯୋଗିତା ରଖାଯାଇଛି, ଯେଉଁଥିରେ ବଜେତାଙ୍କୁ ୧ ଲକ୍ଷ ଡଲାର ଅର୍ଥାତ ଭାରତୀୟ ମୂଲ୍ୟ ହିସାବରେ ୭୭ ଲକ୍ଷ ଟଙ୍କାର ପୁରସ୍କାର ମିଳିବ।

11

ସୂଚନାଯୋଗ୍ୟ, ବିଶେଷଜ୍ଞଙ୍କୁ ଡାଟା ଦେବା ପାଇଁ ଫେସବୁକରଏକ ମିମି ଡାଟାବେସ ରହିଛି। ଏହି ଟୁଲରେ ଅଲଗା ଅଲଗା ଫଟୋକୁ ଆନାଲିସିସ କରି ତାହାର କ୍ଲାସିଫିକେସନ କରିବା ଏହି ପ୍ରୋଜେକ୍ଟର ମୂଳ ଲକ୍ଷ୍ୟ। ଅର୍ଥାତ୍‌ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ ଜରିଆରେ କୌଣସି ମିମି ଘୃଣା ଏବଂ ଭେଦଭାବ ସୃଷ୍ଟି କରୁଛି, ତାହା ପତ୍ତା ଲଗାଇ ଯାଇପାରିବ। ଏହା ଜାଣିବା ପାଇଁ drivendtata ର ଟିମ ସହିତ ମିଶି ଫେସବୁକ ଏହି ଚ୍ୟାଲେଞ୍ଜ ହୋଷ୍ଟ କରୁଛି। ଯେଉଁଥିରେ ଡାଟା ସାଇଣ୍ଟିଷ୍ଟ ଭାଗ ନେଉଛନ୍ତି। ଯେଉଁ ଟିମ୍‌ ଏହି ପ୍ରକାରର କୌଣସି ମଧ୍ୟ କୋର୍ଡକୁ କ୍ରାକ କରିବେ, ସେମାନଙ୍କୁ ୭୭ ଲକ୍ଷ ଟଙ୍କାର ପୁରସ୍କାର ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.