Below header

ଆଜି ବି ବଞ୍ଚିଛି ଏହି ବିଶାଳକାୟ ସାପ, ଯାହା ଆଗରେ ବିରାଟ ଆନାକୋଣ୍ଡା ବି ଲାଗେ ଛୁଆ

ଦୁନିଆର ସବୁଠାରୁ ବଡ ସାପ ଆନାକୋଣ୍ଡା। ଏହା ହୁଏତ ସମସ୍ତେ ଜାଣିଥିବେ। ଏହି ସାପ ଦେଖିବାକୁ ବହୁତ ବଡ ଏବଂ ଲମ୍ବା। ଯିଏକି କୌଣସି ହରିଣକୁ ଗିଳିଦେବାର କ୍ଷମତା ରଖିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏପରି ଏକ ସାପ ଡାଇନୋସୋର କାଳରେ ଦେଖିବାକୁ ମିଳୁଥିଲା, ଯାହା ଆନାକୋଣ୍ଡା ସାପର ଠାରୁ ଅନେକ ଗୁଣରେ ବିଶାଳ ଥିଲା। ଟାଇଟେନୋବୋଆ ନାମକ ଏହି ସାପ ଦୁନିଆର ଏପର୍ଯ୍ୟନ୍ତ ସବୁଠାରୁ ବଡ ସାପ ମଧ୍ୟରେ ଅନ୍ୟତମ। ଏହାକୁ ‘ମନଷ୍ଟର ସ୍ନେକ’ ମଧ୍ୟ କୁହାଯାଏ।

snake 1

କୁହାଯାଏ, ଡାଇନୋସୋର କାଳରେ ସମସ୍ତ ବିଶାଳ ଜୀବଜନ୍ତୁ ଉଲ୍‌କାପିଣ୍ଡ ପଡିବା ଯୋଗୁଁ ସବୁ ମରିଯାଇଥିଲେ। କିନ୍ତୁ ୨୦୧୮ରେ ଆମେରିକାର କିଛି ବୈଜ୍ଞାନିକ ଦାବି କରିଥିଲେ କି, ଏହି ମନଷ୍ଟର ସ୍ନେକ ଆଜି ମଧ୍ୟ ଜୀବିତ ଅଛନ୍ତି। ଏହା ଏତେ ବଡ ଯେ, କୁମ୍ଭୀରକୁ ମଧ୍ୟ ଏକାସାଙ୍ଗରେ ଗିଳିପାରିବାର କ୍ଷମତା ରଖିଛି। ଏହହି ସାପ ଡାଇନୋସୋର ସହିତ ବିଲୁପ୍ତ ହୋଇଯାଇଛନ୍ତି ବୋଲି କୁହାଯାଉଥିଲା। କିନ୍ତୁ ଏହା ଦୁନିଆର ସବୁଠାରୁ ବଡ ନଦୀ ଆମାଜନରେ ରହିଛନ୍ତି ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ସାପ ୫୦ ଫଉଟ ଲମ୍ବା ଏବଂ ଚାରି ଫୁଟ ଚଉଡା ବୋଲି କୁହାଯାଏ।

big snake

ଏହି ସାପର ଓଜନ ୧୫୦୦ କିଲୋ। ୨୦୦୯ରେ କଲମ୍ବିଆରେ ଖନନ ସମୟରେ ଏହି ବିଶାଳକାୟ ସାପର ଜୀବାଶ୍ମ ମିଳିଥିଲା। ଜୀବାଶ୍ମର ଯାଞ୍ଚ କରିବା ପରେ ଏହି ଅନୁମାନ ଲଗାଯାଇଥିଲା କି ସାପର ଲମ୍ବ ୪୨ ଫୁଟ ଏବଂ ଓଜନ ୧୧୦୦ କିଲୋଗ୍ରାମର।

snake 2

ଏହି ସାପର ନାମ ‘ଟାଇଟେନୋବୋଆ’ କ’ଣ ପାଇଁ ରଖାଯାଇଛି, ତାହା ଆପଣ ଭାବୁଥିବେ। କଥା କ’ଣକି , ଏହି ସାପର ନାମ ଟାଇଟାନିକ ଜାହାକକୁ ନେଇ ରଖାଯାଇଛି। ଏହି ସାପ ଟାଇଟାନିକ ଜାହାଜ ଭଳି ବଡ ବୋଲି ଏପରି ନାମ କରଣ କରାଯାଇଛି। କିନ୍ତୁ ଏହି ସାପ ଜୀବିତ କି ମୃତ୍ୟୁ ତାହା ଏପର୍ଯ୍ୟନ୍ତ ଅଜଣା। ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ କିଛି ବି ପ୍ରମାଣ ଦେଖାଇପାରିନାହାନ୍ତି। ଯଦି ବି ଏହା ଆମାଜନ ନଦୀରେ ଥାଏ, ତେବେ ବି ଏହି ନଦୀ ନଦୀ ଏତେ ବଡ ଏବଂ ଲମ୍ବା ଯେ, ଏହି ସାପକୁ ଖୋଜିବା ଅସମ୍ଭବ। ଏହି ଜଙ୍ଗଲ ଏବଂ ନଦୀ ଏତେ ବଡ ଯେ, ଏପର୍ଯ୍ୟନ୍ତ କେହି ପଶିବା ପାଇଁ ସାହାସ ଜୁଟାଇ ପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.