Below header

ଜମ୍ମୁରୁ ୩ଟି ସ୍ୱତନ୍ତ୍ର ବିମାନ ଯୋଗେ ଫେରୁଛନ୍ତି ୩୬୬ ଓଡ଼ିଆ

ଭୁବନେଶ୍ୱର; ଜମ୍ମୁରେ ଫସିରହିଥିବା ଓଡ଼ିଆ ଘରବାହୁଡ଼ା କରିଛନ୍ତି । ଆଜି ଜମ୍ମୁରୁ ୩ଟି ବିମାନରେ ଆସୁଛନ୍ତି ୩୬୬ ଜଣ ଓଡ଼ିଆ । ପ୍ରଥମ ବିମାନଟି ଆଜି ଅପରାହ୍ନ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଛି । ସୂଚନା ମୁତାବକ ୨ଟା ୪୦ରେ ଦ୍ୱିତୀୟ ଓ ୩ଟା ୪୦ରେ ତୃତୀୟ ବିମାନ ପହଞ୍ଚିବ । ପ୍ରଥମ ବିମାନରେ ଗଞ୍ଜାମର ୧୨୨ ଓଡ଼ିଆ ଅଧିବାସୀ ରହିଛନ୍ତି । ଦ୍ୱିତୀୟ ବିମାନରେ ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ୧୨୨ ଜଣ ଓଡ଼ିଆ ଅଛନ୍ତି । ସେହିପରି ତୃତୀୟ ବିମାନରେ କଟକ, ଅନୁଗୁଳ, ଯାଜପୁର ଓ ଗଞ୍ଜାମ ଜିଲ୍ଲାର ୧୨୨ ଜଣ ରହିଛନ୍ତି । ଆସନ୍ତାକାଲି ଆଣ୍ଡାମାନ ଓ ନିକୋବରରୁ ଏକ ବିମାନ ‌ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱରରେ ଆସି ପହଞ୍ଚିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.