Xiaomi ଲଞ୍ଚ କଲା ନୂଆ ବ୍ଲେଡଲେସ ଫ୍ୟାନ, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର୍ସ

Xiaomi Youpin ଲଞ୍ଚ କରିଛି ନୂଆ ଫ୍ୟାନ। ଯାହା ବହୁତ ହାଲକା। ଏହାକୁ ଆପଣ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଆରାମରେ ନେଇପାରିବେ। ଏହା ଆରାମରେ ଗୋଟେ ଛୋଟ ବ୍ୟାଗରେ ରହିପାରିବ। ଏହି ଫ୍ୟାନର ଓଜନ ୧୩୭ ଗ୍ରାମ ରହିଛି। ଏହି ଫ୍ୟାନକୁ ସାଓମୀ ବହୁତଧ୍ୟାନର ସହିତ ଲଞ୍ଚ କରିଛି। ଏଥିରେ କୌଣସି ବ୍ଲେଡ ନାହିଁ। Weiyuan Smart Handheld Bladeless fan ର ନାମ ରହିଛି।

fan 2

ଏହି ଫ୍ୟାନରେ କୌଣସି ଏକ୍ସଟରନାଲ ବ୍ଲେଡ ନାହିଁ। ଏହା ଦେଖିବାକୁ ଏକ ରିଙ୍ଗ ଭଳି। ଏହା ପିଲାମାନଙ୍କ ପାଇଁ ବିପଦପୂର୍ଣ୍ଣ ନୁହେଁ। ଏହି ଫ୍ୟାନର ସ୍ପିଡ ୭.୫୨m/s ରହିଛି। କମ୍ପାନୀ ଏଥିରେ ୨୦୦୦mAh ଲିଥିୟମ ବ୍ୟାଟେରୀ କ୍ଷମତା ଦେଇଛି।

fan

ଏଥିରେ ଥ୍ରୀ ସ୍ପିଡ ଲେବଲ କଣ୍ଟ୍ରୋଲ ମିଳିବ। ଏହି ଫ୍ୟାନର ବ୍ୟାଟେରୀ କ୍ଷମତା ୧୦ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ଏହି ଫ୍ୟାନକୁ ୟୁଏସବି-ସି ଟାଇପ୍‌ ଚାର୍ଜରରେ ମଧ୍ୟ ଚାର୍ଜ କରିପାରିବେ। ଏହି ଫ୍ୟାନ ତିନି ଘଣ୍ଟାରେ ସଂପୂର୍ଣ୍ଣ ଚାର୍ଜ ହୋଇଯାଏ। ଏହାର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୪୧୬ ଟଙ୍କା ରହିଛି।

Leave A Reply

Your email address will not be published.