WHO ଜାରି କଲା ନୂଆ ଗାଇଡଲାଇନ, ଅଧିକ ସଂକ୍ରମିତ ସ୍ଥାନ ଏବଂ ଗୋଷ୍ଠୀ ସଂକ୍ରମଣ ହେଲେ ସାଧାରଣ ଲୋକେ ପିନ୍ଧିବେ ମେଡିକାଲ-ଗ୍ରେଡ ମାସ୍କ

କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଛି ନୂଆ ଗାଇଡଲାଇନ। ଏଣିକି ସର୍ବାଧିକ ସଂକ୍ରମିତ ସ୍ଥାନରେ ରୋଗୀଙ୍କ ସହ ହସପିଟାଲର ସମସ୍ତ କର୍ମଚାରୀ ଗ୍ରେଡ ମାସ୍କ ବ୍ୟବହାର କରିବା ଜରୁରୀ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ହସପିଟାଲରେ କାମ କରୁଥିବା ସଫେଇ କର୍ମଚାରୀ ମଧ୍ୟ ମେଡିକାଲ-ଗ୍ରେଡ ମାସ୍କ ପିନ୍ଧିବା ଆବଶ୍ୟକ। କେବଳ ଏତିକିନୁହେଁ କୋଭିଡ-୧୯ ସଂକ୍ରମଣ ଓ୍ଵାର୍ଡରେ କାର୍ଯ୍ୟ କରୁନଥିବା ଡାକ୍ତର, ନର୍ସ ଏବଂ ସମସ୍ତ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ।

ସେହିପରି ୬୦ ବର୍ଷରୁ ଅଧିକ କିମ୍ବା ବିଛଣାରେ ପଡି ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯଦି ସୋସିଆଲ ଡିସଟାନ୍ସ ସମ୍ଭବ ହୋଇପାରୁନାହିଁ ତାହେଲେ ସେହି କ୍ଷେତ୍ରରେ ସେମାନେ ମେଡିକାଲ ଗ୍ରେଡ ମାସ୍କ ପିନ୍ଧିବା ଉଚିତ। ସେହିପରି ଅନ୍ୟମାନେ ଥ୍ରୀ-ଲେୟର ଫାଭ୍ରିକ ମାସ୍କ ପିନ୍ଧିବା ଉଚିତ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି ଯେ ଆପଣ ଏହି ମାସ୍କକୁ ଘରେ ମଧ୍ୟ ତିଆରି କରିପାରିବେ। ବସ୍‌, ଟ୍ରେନ, ଗ୍ରୋସରୀ ଷ୍ଟୋର, ଅଫିସ, ସାମାଜିକ ସମାବେଶ, ଜନ ସମାବେଶ, ସର୍ବ ସାଧାରଣ ସ୍ଥାନରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.