Below header

ଘରକୁ ଫେରିବା ପରେ ଗାଁ ପାଇଁ ଅଣ୍ଟା ଭିଡିଛନ୍ତି ପ୍ରବାସୀ ଓଡ଼ିଆ, ନାଳ ସଫା କରିବା ସହ ରାସ୍ତା ଘାଟ କରୁଛନ୍ତି ସଫାସୁତୁରା

ଗଞ୍ଜାମ: ପ୍ରବାସୀ ଓଡ଼ିଆ କରୁଛନ୍ତି ଗାଁ ସଫେଇ କାମ । ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ନବରଙ୍ଗପୁର ଗାଁରେ । କରୋନା ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଘରକୁ ଫେରିବା ପରେ ଆରମ୍ଭ କରିଛନ୍ତି ଗାଁ ସଫେଇ କାର୍ଯ୍ୟକ୍ରମ । ଦୀର୍ଘଦିନ ଧରି ପୋତି ହୋଇଯାଇଥିବା ନାଳ ସଫା କରିବା ସହରେ ଥିବା ଘାସ ଲତାକୁ ସଫା କରିଛନ୍ତି ।

ତେବେ ଘରକୁ ଫେରିବା ପରେ ପ୍ରବାସୀଙ୍କ ଏପରି କାର୍ଯ୍ଯକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି । ସମୟକୁ ନଷ୍ଟ ନକରି ଏପରି ଜନହିତକାର କାର୍ଯ୍ଯକ୍ରମ ଦ୍ବାରା ସମାଜର କିପରି ଉନ୍ନତି ହୋଇପାରିବ ସେନେଇ ପଦକ୍ଷପ ଗ୍ରହଣ କରୁଥିବାକୁ ସେମାନଙ୍କୁ ଖୁବ୍ ଖୁସି ଲାଗୁଥିବା ସେମାନେ ମତବ୍ଯକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.