ବାଲେଶ୍ୱର: ଯାମୁକା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ଲାଗିଲା ଟାର୍ଗେଟ୍‌ ଡ୍ରୋନ୍ ବଂଶୀ, ମିଶାଇଲ ଖସାଇବାକୁ ହୋଇଥାଏ ଏହାର ବ୍ୟବହାର

ବାଲେଶ୍ୱର: ମତ୍ସ୍ୟଜୀବୀଙ୍କ ଜାଲରେ ଟାର୍ଗେଟ୍‌ ଡ୍ରୋନ୍‌ । ବାଲେଶ୍ୱର ଜିଲ୍ଲା ତାଳପଦା ସ୍ଥିତ ଯାମୁକା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ଲାଗିଛି ଟାର୍ଗେଟ୍‌ ଡ୍ରୋନ୍‌ ବଂଶୀ । ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଏହା ଜାଲରେ ଲାଗିଥିଲା। ସାଧାରଣତଃ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ଏହାକୁ ବ୍ୟବହାର କରାଯାଇଥାଏ ।

ମିଶାଇଲକୁ ଖସାଇବା ପାଇଁ ଏହି ଡ୍ରୋନ୍‌ ବ୍ୟବହାର ହୋଇଥାଏ । କ୍ଷେପଣାସ୍ତ୍ର ଉତକ୍ଷେପଣ ପରେ ଏହାକୁ ଆକାଶମାର୍ଗକୁ ଛଡାଯାଇଥାଏ ।  ଏହାର ଲମ୍ବ ୨.୯୫ ମିଟର । ଏହି ଟାର୍ଗେଟ୍‌ ଡ୍ରୋନ୍‌ ବଂଶୀ ବ୍ରିଟେନ୍‌ ଟେକ୍ନୋଲୋଜି ଦ୍ୱାରା ବିକଶିତ ହୋଇଛି । ଡ୍ରୋନ୍‌ଟି ଜାଲରେ ପଡିବା ପରେ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.