ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢାଇଲା ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ, ପୁନେରୁ ଛାଡିଥିବା ଶ୍ରମିକ ଟ୍ରେନରେ ଖେଳାଇଲେ ଖୁସିର ବାତାବରଣ

ଭୁବନେଶ୍ବର : ମହାରାଷ୍ଟ୍ରର ପୁନେ ସହରରୁ ଗତକାଲି ପ୍ରବାସୀ ଓଡିଆମାନଙ୍କୁ ନେଇ ବାହାରିଛି ଏକ ଶ୍ରମିକ ଟ୍ରେନ । ଓଡିଶା ସରକାର,ମହାରାଷ୍ଟ୍ର ସରକାର ଓ ରେଳବାଇ ବିଭାଗଙ୍କ ମିଳିତ ସହାୟତାରେ ଗତକାଲି ୩ଟା ସମୟରେ ପ୍ରାୟ ୧୪୦୦ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଶ୍ରମିକ ଟ୍ରେନ ପୁନେ ଛାଡିଥିଲା। ତେବେ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନର ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ର ଦୀର୍ଘଦିନ ଧରି ଉଭୟ ରାଜ୍ୟର ଅଧିକାରୀମାନଙ୍କ ସହିତ ଯୋଗାଯୋଗ ଜାରି ରଖି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଇଥିଲେ।

helpଫାଉଣ୍ଡେସନର ସଦସ୍ୟମାନେ ଗତକାଲି ସକାଳେ ଭୋସାରି ଠାରେ ଉପସ୍ଥିତ ରହି ପ୍ରବାସୀମାନଙ୍କୁ ଟ୍ରେନଯାତ୍ରାପାଇଁ ଟୋକନ ସଂଗ୍ରହ କରିବାରେ ସହାୟତା କରିଥିଲେ ଓ ଯାତ୍ରା ପୂର୍ବରୁ ପୁନେ ରେଲୱେ ଷ୍ଟେସନରେ ଉପସ୍ଥିତ ରହି ପ୍ରବାସୀମାନଙ୍କୁ ରେଳଯାତ୍ରା ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା ଓ ଅନ୍ୟାନ୍ୟ ଜରୁରୀ ସୂଚନା ସମ୍ପର୍କରେ ଅବଗତ କରାଇଥିଲେ।

PUNE

ଦୀର୍ଘଦିନ ଧରି ଅସୁବିଧା ଭିତରେ ରହିବାପରେ ନିଜ ଭିଟାମାଟିକୁ ଫେରିବାର ସୁଯୋଗପାଇଥିବାରୁ ପ୍ରବାସୀମାନଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଥିଲା ଓ ସେମାନେ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ବିଶେଷ କରି ଜ୍ୟୋତି ରଞ୍ଜନ ପଣ୍ଡା,ଜନ୍ମଜୟ ବିଶ୍ଵାଳ, ଅନନ୍ଦ, ପ୍ରମୋଦ,ବିଜୟ ବେହେରା ସହଯୋଗ କରିଥିଲେ ।

You might also like