Below header

ପଶ୍ଚିମ ବଙ୍ଗକୁ ସହାୟତାର ହାତ ବଢ଼ାଇଲା ଓଡିଶା, ପଠାଇଲା ଅଗ୍ନିଶମ ବିଭାଗର ୩୦ଟି ଓ ଓଡ୍ରାଫର ୧୦ଟି ଦଳ

ବାଲେଶ୍ୱର: ଅମ୍ପନ ମହାବାତ୍ୟାରେ ବିପୁଳ ପରିମାଣରେ କ୍ଷତି ସହିଥିବା ପଶ୍ଚିମ ବଙ୍ଗ ପାଇଁ ଓଡିଶା ସାହାଯ୍ୟର ହାତ ବଢ଼ାଇଛି । ଏନେଇ ଓଡିଶା ଅଗ୍ନିଶମ ବିଭାଗର ୩୦ ଟି ଟିମ ଓ ଓଡ୍ରାଫର ୧୦ ଟି ଦଳଙ୍କୁ ଗତ କାଲି ରାତିରେ ପଶ୍ଚିମ ବଙ୍ଗ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ହିଁ ସେମାନେ ପଶ୍ଚିମ ବଙ୍ଗ ଗସ୍ତ କରିଛନ୍ତି । ଗସ୍ତ ପୂର୍ବରୁ ବାଲେଶ୍ୱର ସହର ଫକୀର ମୋହନ ଗୋଲେଇ ନିକଟରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍ପି ବି.ଯୁଗଳ କିଶୋର ପତାକା ଦେଖାଇ ସେମାନଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଯାତ୍ରାରେ ଅଗ୍ନିଶମ ବିଭାଗର ୩୫୦ ଜଣ ସଦସ୍ୟ ଥିବା ବେଳେ ଓଡ୍ରାଫ ଟିମର ୨୭୦ ଜଣ ସଦସ୍ୟ ଅଛନ୍ତି । ଏହି ଦଳ ପଶ୍ଚିମ ବଙ୍ଗରେ ଅତ୍ୟାଧୁନିକ ଯନ୍ତ୍ରପାତି ଜରିଆରେ ଉଦ୍ଧାର କାର୍ଯ୍ୟ କରିବା ସହ ରାସ୍ତା ସଫା ଅତଥା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.