Below header

ଭୁବନେଶ୍ୱରରେ ମାଛ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ମାଛ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରରୁ ମାଛ ନେଇ ଆସୁଥିବା ବେଳେ ଭୁବନେଶ୍ୱରର ଆଇଗେଣିଆ ଆଳୁଗଦି ନିକଟରେ ଦୁର୍ଘଟଣାଗ୍ରସ୍ତ। ସୂଚନା ଅନୁସାରେ ଆଜି ଭୋରରୁ ଭାରସାମ୍ୟ ହରାଇ ହଠାତ୍ ଟ୍ରକଟି ଓଲଟି ପଡ଼ିଥିଲା । ଟ୍ରକଟିରେ ପ୍ରାୟ ୭ଟନ୍‌ ମାଛ ଥିବାର ସୂଚନା ମିଳିଛି ।

ତେବେ ଦୁର୍ଘଟଣା ପରେ ରାସ୍ତା ଉପରେ ମାଛ ଗୁଡିକ ପଡିଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି । ଏଥିରେ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ଖବର ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.