କରୋନା ମାନଚିତ୍ରରେ ଯୋଡ଼ିହେଲା ନୂଆ ଜିଲ୍ଲା, ଆଜି ପୁଣି ନୂଆ ୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : କରୋନା ଧିରେ ଧୀରେ ଓଡ଼ିଶାରେ କାୟା ବିସ୍ତାର କରିଚାଲିଛି କରୋନା। ଆଜି ରାଜ୍ୟରେ ପୁଣି ୮ ନୂଆ ଆକ୍ରାନ୍ତ ଚିହ୍ନଟ। ଏହି ନୂଆ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ବଲାଙ୍ଗିର ଜିଲ୍ଲାର ହୋଇଥିବାବେଳେ ଜଣେ ବରଗଡ଼ର ବୋଲି ଜଣାପଡ଼ିଛି। ଏଥିସହିତ ଓଡ଼ିଶାର ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୭କୁ ବୃଦ୍ଧି ପାଇଛି।

ବଲାଙ୍ଗିର ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଫଳରେ ବଲାଙ୍ଗିର ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୬ରେ ପହଞ୍ଚିଛି।

coronaସେହିପରି କରୋନା ମାନ ଚିତ୍ରରେ ଯୋଡି ହୋଇଛି ନୂଆ ଜିଲ୍ଲା ବରଗଡ଼। ଏହି ଜିଲ୍ଲାରେ ମଧ୍ୟ କରୋନା ପାଦ ଥାପି ସରିଲାଣି। ବରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଆଜି ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.