ଆସନ୍ତାକାଲି ପାଳନ ହେବ ଇଦ୍, କରୋନା ଲକ୍ ଡାଉନ୍ ପାଇଁ ଚଳିତ ବର୍ଷ ସମୂହ ନମାଜ ପାଠକୁ ମନା

ଭୁବନେଶ୍ବର: ଆସନ୍ତାକାଲି ଇଦ୍ । ଶନିବାର ଚାନ୍ଦ ଦେଖାନଯିବାରୁ ଆଜି ଇଦ୍ ପାଳନ କରାଯାଇନାହିଁ । ଫଳରେ ଆସନ୍ତାକାଲି ରାଜ୍ଯରେ ପାଳନ ହେବ ଇଦ୍ । ଏନେଇ ବିଭିନ୍ନ ମସଜିଦ୍ ପକ୍ଷରୁ ସୂଚନା ମିଳିଛି । ତେବେ ଚାରିଆଡେ କରୋନା ଲକ୍ ଡାଉନ୍ ସ୍ଥିତି ପାଇଁ ଚଳିତ ବର୍ଷ ଇଦରେ ସମୂହ ନମାଜ ପାଠ ହେବ ନାହିଁ ।

କୋଭିଡ୍ ଗାଇଡଲାଇନର କଡାକଡି ପାଳନ କରାଯିବ । କୌଣସି ମସଜିଦରେ ସମୂହ ନମାଜ ପାଠ ନକରିବା ପାଇଁ ସରକାର କଡା ନିର୍ଦ୍ଦେଶ ଦେଇଥିବାରୁ ମସଜିଦକୁ ନଆସି ଘରେ ନମାଜ ପାଠ କରିବାକୁ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଅନୁରୋଧ କରାଯାଇଛି । ସମସ୍ତ ମସଜିଦରେ କେବଳ ୫ଜଣ ମୌଲବିଙ୍କୁ ନମାଜ ପାଠ ପାଇଁ ଅନୁମତି ଦିଆଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.