Below header

ଆଜି ଶ୍ରମିକ ସ୍ପେଶାଲ ଟ୍ରେନ ରାଜ୍ୟକୁ ଆସିବେ ୨୫୦୦୦ ଓଡ଼ିଆ ପ୍ରବାସୀ ଶ୍ରମିକ

ଆଜି ଓଡ଼ିଶାରେ ପହଂଚିବ ଶ୍ରମିକ ସ୍ପେଶାଲ ଟ୍ରେନ । ଏହା ଯୋଗେ ଆସୁଛନ୍ତି ୨୫ ହଜାର ପ୍ରବାସୀ ଓଡ଼ିଆ । ତାମିଲନାଡୁ, ବେଙ୍ଗାଳୁରୁ, ନୂଆଦିଲ୍ଲୀ, ସୁରଟ, ପୁନେ, ମହାରାଷ୍ଟ୍ର, ବିଶାଖାପାଟଣା, ତେଲେଙ୍ଗାନା, ଗୁଜରାଟ, ଗୋଆ ଆଦି ସ୍ଥାନମାନଙ୍କରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଟ୍ରେନ ଗୁଡିକ ବଲାଙ୍ଗୀର, ଭଦ୍ରକ, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ଜଗନ୍ନାଥପୁର, ବାଲେଶ୍ୱର, କଟକ, ଗଂଜାମ, ଭବାନୀପାଟଣା ଆଦି ସ୍ଥାନ ମାନଙ୍କରେ ଆସି ପହଂଚିବେ । ଭାରତୀୟ ରେଳ ବିଭାଗ ପକ୍ଷରୁ ହିଁ ଏହି ସୂଚନା ଦିଆଯାଇଛି ।

କହି ରଖିବା ଉଚିତ ହେବକି ପ୍ରଥମ ଥର ପାଇଁ ହିଁ ଏତେ ସଂଖ୍ୟକ ଟ୍ରେନ ଗୋଟିଏ ଦିନରେ ଆସି ପହଂଚିବ । ବର୍ତ୍ତମାନ ପରିସ୍ଥିତିରେ ଦେଶ କରୋନା ମହାମାରୀ ସହ ସଂଘର୍ଷ କରୁଛି । ଜାରି ହୋଇଥିବା ଲକ ଡାଉନ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ପ୍ରବାସୀ ଫସି ରହିଛନ୍ତି ।

ଏହାକୁ ଲକ୍ଷ୍ୟରେ ରଖି ସାହାଯ୍ୟର ହାତ ବଢ଼ାଇଛି ଭାରତୀୟ ରେଳ ବିଭାଗ । ଫସି ରହିଥିବା ପ୍ରବାସୀମାନଙ୍କୁ ସେମାନଙ୍କ ସ୍ଥାନରେ ପହଂଚାଇବା ପାଇଁ ସ୍ପେଶାଲ ଟ୍ରେନ ସୁବିଧା ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଗଂଜାମ ଜିଲ୍ଲାରେ ଲଗାତାର କରୋନା ସଂଖ୍ୟା ବୃଦ୍ଧି ପାଉଥିବାରୁ ଟ୍ରେନ ଚଳାଚଳକୁ କିଛି ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା ।

ସ୍ଥିତି କିଛିଟା ବଦଳିବା ପରେ ଶୁକ୍ରବାର ପାଖାପାଖି ୧୬୦୦ ପ୍ରବାସୀ ଓଡ଼ିଆକୁ ନେଇ ୩ଟି ଟ୍ରେନ ବାହାରିଥିବା ବେଳେ ଆଜି ଗୋଟାଏ ଟ୍ରେନ ବ୍ରହ୍ମପୁର ଷ୍ଟେସନରେ ପହଂଚିଛି । ପ୍ରଶାସନ ପକ୍ଷରୁ ସେମାନଙ୍କ ନାମ ପଞ୍ଜୀକରଣ ଓ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.