Below header

ଅଧାରେ ରହିଗଲା ଯାତ୍ରା: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର: ଅଧାରେ ରହିଗଲା ଯାତ୍ରା । ଫେରିପାରିଲେନି ଘରକୁ। ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଘଟିଛି ଏହି ଦୁଃଖଦ ଘଟଣା। ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନ୍‌ରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ବଲାଙ୍ଗୀର ରେଳ ଷ୍ଟେସନରେ ଏହି ଘଟଣାର ଏଣ୍ଟ୍ରି କରାଯାଇଥିବା ଜଣାଯାଇଛି। ଏନେଇ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ମିଳିଥିବା ସୂଚନା ମୁତାବକ ମହିଳାଙ୍କ ଛାତିରେ ପ୍ରଥମେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଏହାପରେ ହଠାତ୍ ଟ୍ରେନ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ନାମ ରାଧା ଖରା । ତାଙ୍କ ଘର କୋରାପୁଟ ଜିଲ୍ଲା ବୈପାରୀ ଗୁଡା ଥାନା ଜଡାଙ୍ଗ ଗାଁରେ । ମୃତକ ବଲାଙ୍ଗୀର ରେଳ ଷ୍ଟେସନରେ ଓହ୍ଲାଇ ନିଜ ଗାଁକୁ ଯାଇଥାନ୍ତେ।  ପରିବାର ସହ କିଛି ମାସ ପୁର୍ବରୁ କାମ କରିବା ପାଇଁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାକୁ ଯାଇଥିଲେ । ଲକ ଡାଉନ ପୁର୍ବରୁ ତାଙ୍କ ସ୍ୱାମୀ ରାମଜୀ ଖରା ନିଜ ଗାଁ କୁ ଆସିଥିଲେ ହେଲେ ଲକଡାଉନରେ ଫସି ଆଉ ବିଶାଖାପାଟଣାରେ ରହିଥିବା ନିଜ ପରିବାର ପାଖକୁ ଫେରି ପାରି ନଥିଲେ । ରାଧା ଓ ତାଙ୍କ ଏକ ବର୍ଷର ଝିଅ ବିଶାଖାପାଟଣାରେ ଥିଲେ ।

ଏବେ ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରୁଥିବାରୁ ରାଧା ତାଙ୍କ ୧ ବର୍ଷର ଝିଅକୁ ସାଙ୍ଗରେ ନେଇ ନିଜ ସମ୍ପର୍କୀୟ ଭାଇ ଭାଉଜ ସହିତ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ବଲାଙ୍ଗିର ଫେରୁଥିଲେ । ଆଜି ବଲାଙ୍ଗିର ପହଞ୍ଚିବା ପୂର୍ବରୁ ଟ୍ରେନ ଭିତରେ ରାଧା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ପରେ ତାଙ୍କର ମୃତ୍ୟ ଘଟିଥିବା ଜଣା ପଡିଛି । ବଲାଙ୍ଗିରରେ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତଦେହକୁ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜ ଓ ଡାକ୍ତର ଖାନାରେ ରଖାଯାଇଛି । ମୃତକଙ୍କ ସ୍ୱମୀଙ୍କୁ ଖବର ଦେଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.