Below header

ନୱାଜୁଦ୍ଦିନ ସିଦ୍ଦିକିଙ୍କୁ କାହିଁକି ତଲାକ୍ ଦେଲେ ପତ୍ନୀ ଆଲିଆ, ଏବେ କହିଲେ ଭିତିରି କଥା

ବଲିଉଡର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ନେଇ ନିକଟରେ ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଥିଲା। ଯେଉଁଥିରେ କୁହାଯାଉଥିଲା ଯେ ତାଙ୍କ ସ୍ତ୍ରୀ ଆଲିଆ ସିଦ୍ଦିକି ତାଙ୍କୁ ଛାଡପତ୍ର ନୋଟିସ ପଠାଇଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୀର୍ଘ ୧୧ ବର୍ଷ ବୈବାହିକ ଜୀବନ ପରେ ଅଭିନେତାଙ୍କୁ ଡିଭର୍ସ ନୋଟିସ ପଠାଇଛନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି ।

ଏବେ ନୱାଜୁଦ୍ଦିନଙ୍କ ସ୍ତ୍ରୀ ତାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। କହିଛନ୍ତି କି ସେ ଯେତେବେଳେ ବାହାରକୁ କୌଣସି କାମରେ ଯାଉଥିଲେ ସେତେବେଳେ ତାଙ୍କ ଘରକୁ ନୱାଜୁଦ୍ଦିନଙ୍କ ଗାର୍ଲଫ୍ରେଣ୍ଡମାନେ ଆସୁଥିଲେ।

NAWAZ

ଏହାପୂର୍ବରୁ ଏକ ସାକ୍ଷାତକାରରେ ଅଭିନେତାଙ୍କ ସ୍ତ୍ରୀ ଜଣାଇଥିଲେ ଯେ ସ୍ୱାମୀ ଓ ତାଙ୍କ ପରିବାର ସବୁବେଳେ ତାଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ବାରମ୍ବାର ଏଭଳି ଘଟଣା ଘଟିବାରୁ ଅତିଷ୍ଠ ହୋଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ୨୦୦୯ ମସିହାରେ ଉଭୟେ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ଏଇ ଲକ୍‌ଡାଉନ୍ ଭିତରେ ଗତ ମେ ୭ ତାରିଖ ଦିନ ନଓ୍ଵାଜୁଦ୍ଦିନ୍ଙ୍କୁ ଆଲିଆ ହ୍ଵାଟ୍ସଆପ୍ ଜରିଆରେ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.