ଦେଶରେ ବ୍ରେକ୍ ଫେଲ୍ କରୋନା ଭାଇରସ୍ : ୨୪ ଘଣ୍ଟାରେ ସର୍ବାଧିକ ୬ ହଜାର ୭୬୭ ଜଣ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୩୮୬୭ରେ ପହଞ୍ଚିଛି

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୬ ହଜାର ୭୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରେକର୍ଡ ହୋଇଛି । ସେହିପରି ୧୪୭ ଜଣଙ୍କ ମୃତ୍ୟୁ ହୋଇଛି  । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୩୧ ହଜାର ୮୬୮ରେ ପହଁଚିଥିବାବେଳେ ମୃତ୍ୟୁ ସଂଖ୍ୟା ୩୮୬୭ରେ ପହଞ୍ଚିଛି ।

corona-testଦେଶରେ ବର୍ତ୍ତମାନ ୭୩ ହଜାର ୫୬୦ଟି ଆକ୍ଟିଭ୍‌ କେସ୍‌ ରହିଛି । ଏହା ଭିତରୁ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୧୯୦ ଥିବାବେଳେ, ୧୫୭୭ ଜଣଙ୍କ ଜୀବନ ନେଲାଣି ଭାଇରସ୍‌ । ସେହିପରି ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ପାଖାପାଖି ପହଞ୍ଚିଥିବାବେଳେ,ତାମିଲନାଡୁରେ ୧୫ ହଜାର ପାର୍ କରିଛି ସଂକ୍ରମିତଙ୍କ ସଂଖ୍ୟା । ଅନ୍ଯପଟେ ଗୁଜରାଟରେ ବି ୧୩ ହଜାରରୁ ଅଧିକ ଟପିଛି ଆକ୍ରାନ୍ତ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.