Below header

ଆଜିଠୁ ସର୍ବସାଧାରଣଙ୍କ ପାଇଁ ରାଜଧାନୀରେ ଖୋଲିଲା ପାର୍କ

ଭୁବନେଶ୍ବର: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପାର୍କ । ରାଜଧାନୀର କିଛି ପାର୍କ ପରୀକ୍ଷାମୂଳକ ଭାବେ ଆଜି ବିଏମସି ପକ୍ଷରୁ ଖୋଲାଯାଇଛି । ଭୁବନେଶ୍ବରର ଫରେଷ୍ଟ ପାର୍କ,ଆଇଜି ପାର୍କ ଏବଂ ବୁଦ୍ଧ ପାର୍କ ସକାଳ ୭ଟାରୁ ୧୦ଟା ଏବଂ ଅପହାହ୍ନ ୪ଟାରୁ ୬ଟା ଯାଏଁ ଖୋଲାରହିବ ।

ତେବେ ପାର୍କକୁ ଯିବା ପାଇଁ କିଛି କଟକଣା ଜାରି କରାଯାଇଛି । ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବାକୁ ବାଧ୍ଯତାମୂଳକ କରାଯାଇଛି । ଏହାସହିତ ପାର୍କରେ ଛେପ ପକାଇବା ଏବଂ ବ୍ଯାୟାମ ଉପକରଣ ବ୍ଯବହାରକୁ ବାରଣ କରାଯାଇଥିବା ନେଇ ବଡିଏ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.