ରାଜ୍ଯରେ ଆଉ ୬୭ଟି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୧୩୩୬ରେ ପହଁଚିଲା

ଭୁବନେଶ୍ବର: ବଢିବାରେ ଲାଗିଛି କରୋନା ମହାମାରୀ । ରାଜ୍ୟରେ ପୁଣି ନୂଆ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

coronavirus picସୂଚନା ଅନୁଯାୟୀ, ୬୭ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୬୦ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିବାବେଳେ, ୪ଜଣ ହୋମ୍ କ୍ୱାରେଣ୍ଟାଇନ୍ ଏବଂ ୩ଜଣ ସ୍ଥାନୀୟ ଅଞ୍ଚଳର । ତେବେ ପୁରୀ ଜିଲ୍ଲାରୁ ସର୍ବାଧିକ ୧୬ଜଣ ଚିହ୍ନଟ ହୋଇଥିବାବେଳେ, ନୟାଗଡ଼ରୁ ୧୩, ବଲାଙ୍ଗୀରୁ ୭, ଗଞ୍ଜାମରୁ ୭, ଅନୁଗୁଳରୁ ୬, ସୁନ୍ଦରଗଡରୁ ୪, କଳାହାଣ୍ଡିରୁ ୪, ଖୋର୍ଦ୍ଧାରୁ ୩, କଟକରୁ ୨, ମାଲକାନଗିରିରୁ ୨, ଢେଙ୍କାନାଳ-ନୂଆପଡା ଓ ଜଗତସିଂପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.