Below header

ଅଜବ ପରମ୍ପରା : ପରିବାର କୌଣସି ସଦସ୍ୟଙ୍କ ମୃତ୍ୟୁ ଘଟିଲେ, କାଟିଦିଆଯାଏ ମହିଳାଙ୍କ ଆଙ୍ଗୁଠି

ଦୁନିଆରେ ଭିନ୍ନ ସ୍ଥାନରେ ଭିନ୍ନ ଏବଂ ଅଦ୍ଭୁତ ପରମ୍ପରା ରହିଥାଏ। ଆପଣ ହୁଏତ ଏପରି ଅନେକ କିଛି ପରମ୍ପରା ବିଷୟରେ ଶୁଣିଥିବେ କିମ୍ବା ଦେଖିଥିବେ। ବିଭିନ୍ନ ଜନଜାତି, ଜାତିରେ ଏପରି ଅଦ୍ଭୁତ ପରମ୍ପରା ରହିଛି। କେଉଁଠି ପରମ୍ପରା ନାମରେ ଅନ୍ଧବିଶ୍ୱାସ ଚାଲିଥିବା ବେଳେ ଆଉ କେଉଁଠି ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଉଛି। କିଛି ପରମ୍ପରା ଏପରି ରହିଥାଏ, ଯାହା ବିଷୟରେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହା କ’ଣ ପ୍ରକୃତରେ ସତ ହୋଇପାରେ। ମଣିଷ କ’ଣ ଏତେ ନିର୍ଦ୍ଦୟୀ ହୋଇପାରେ। ବିଶ୍ୱର ପ୍ରତ୍ୟେକ ଜାତି ଓ ଜନଜାତିର ପରମ୍ପରା ଗୋଟେ ଅନ୍ୟଠାରୁ ଭିନ୍ନ ଏବଂ ଅଲଗା ହୋଇଥାଏ। କିନ୍ତୁ କିଛି ପରମ୍ପରା ରହିଛି, ଯାହା ବହୁତ ମଣିଷକୁ ବହୁତ କଷ୍ଟ ଦେଇଥାଏ। ଏମିତି ଏକ ପରମ୍ପରା ଇଣ୍ଡୋନେସିଆରେ ରହିଛି। ଯାହା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ।

tribe

କୁହାଯାଏ ମୃତ୍ୟୁ ପରେ ଆତ୍ମା ଶରୀର ତ୍ୟାଗ କରେ। ତାହା କେଉଁଆଡେ ଯାଏ ହୁଏତ ମଣିଷ ଆଜିଯାଏଁ ତାର ସନ୍ଧାନ ପାଇନାହିଁ। କିନ୍ତୁ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି କରିବା ପାଇଁ ବିଭିନ୍ନ ପ୍ରକାର ପୂଜାପାଠ କରାଯାଏ। କିନ୍ତୁ ଇଣ୍ଡୋନେସିଆରେ ଏପରି ଏକ ଜନଜାତି ରହିଛି, ଯେଉଁଠି ଯଦି ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ଘଟେ, ତେବେ ସେହି ପରିବାରର ଜଣେ ମହିଳାଙ୍କ ଆଙ୍ଗୁଠି କାଟିଦିଆଯିବ। ଏହା ସେହି ବସତିର ପରମ୍ପରା ରହିଛି। ଦାନୀ ଜନଜାତି ପାପୁଆଗିନୀ ଅଧିନରେ ଆସିଥାଏ। ଏଠାରେ ପ୍ରାୟତଃ ଅଢେଇ ଲକ୍ଷ ଆଦିବାସୀ ବସବାସ କରନ୍ତି। ଏଠିକାର ପରମ୍ପରାରେ ଜଣେ ମହିଳାଙ୍କ ଆଙ୍ଗୁଠି କାଟିବା ଦ୍ୱାରା ମୃତ ବ୍ୟକ୍ତିଙ୍କ ଆଉ ଭୂତ ହୋଇ ପରିବାରକୁ କୌଣସି ବିପଦ ଆଣନ୍ତି ନାହିଁ ବୋଲି ଲୋକଙ୍କର ଧାରଶା ରହିଛି। ପୂର୍ବରୁ ଭାରତରେ ସତୀଦାହ ପ୍ରଥା ସହିଥିଲା, ଯେଉଁଠି ସ୍ୱାମୀ ମରିବା ପରେ ସେହି ଜୁଇରେ ସ୍ତ୍ରୀ ମଧ୍ୟ ନିଜକୁ ଆତ୍ମାହୂତି ଦେଉଥିଲା। କିନ୍ତୁ ଏଠାରେ ଅଜବ ପରମ୍ପରା ରହିଛି।

Dani Women amputate Fingers

ଏହି ପ୍ରକ୍ରିୟାରେ ମହିଳାଙ୍କ ଆଙ୍ଗୁଠିକୁ କିଛି ଘଣ୍ଟା ପର୍ଯ୍ୟନ୍ତ ଜୋରରେ ବାନ୍ଧିଦିଆଯାଏ। ସେଠାରେ ରକ୍ତପ୍ରବାହ ବନ୍ଦ କରିବାକୁ ଏପରି କରାଯାଏ। ଏହାପରେ ଏକ ଧାରୁଆ ଅସ୍ତ୍ର ଆଣି ସେହି ଆଙ୍ଗୁଠି ସହ ନଖକୁ ମଧ୍ୟ କାଟିଦିଆଯାଏ। ଏହି ଜନଜାତିରେ ଏପରି କେତେକ ମହିଳା ରହିଛନ୍ତି, ଯାହାଙ୍କର ଗୋଟେ ନୁହେଁ ବରଂ ଗୋଟେରୁ ଅଧିକ ଆଙ୍ଗୁଠି କାଟି ଦିଆଯାଇଛି। ତାହା ଛଡା ଆଉ କେତେକ ମହିଳା ରହିଛନ୍ତି, ଯାହାଙ୍କର ଏପର୍ଯ୍ୟନ୍ତ ସବୁ ଆଙ୍ଗୁଠିକୁ କାଟିଦିଆଯାଇଛି।

indonesia

ଏଠାରେ ଅନ୍ଧବିଶ୍ୱାସ ନାମରେ ମହିଳାଙ୍କ ଆଙ୍ଗୁଠି କାଟି ଦିଆଯାଏ। ସେହି ମହିଳାମାନେ ଜୀବନରେ କେତେ କଷ୍ଟ ଓ ଯନ୍ତ୍ରଣା ଭୋଗୁଥିବେ ଆପଣମାନେ ସହଜରେ ଅନୁମାନ କରୁଥିବେ। ଏପରି ଅନ୍ଧବିଶ୍ୱାସ ଯୋଗୁଁ ମହିଳାମାନେ ଜୀବନସାରା ହଇରାଣ ମଧ୍ୟ ହେଉଛନ୍ତି। ଯଥାଶୀଘ୍ର ଏହି ପରମ୍ପରା ନାମରେ ଅନ୍ଧବିଶ୍ୱାସକୁ ବନ୍ଦ କରିଦେବା ଉଚିତ ବୋଲି ଅନେକ ଲୋକଙ୍କ ମତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.